ରାୟଗଡ଼ାରେ ଆରମ୍ଭ ହେଲା ‘ଲକ୍ଷ୍ମୀ’ ବସ୍ ସେବା

ଭୁବନେଶ୍ବର: ରାୟଗଡ଼ାରେ ଆରମ୍ଭ ହେଲା ‘ଲକ୍ଷ୍ମୀ’ ବସ୍ ସେବା । ଜିଲ୍ଲାରେ ୫୨ଟି ଲକ୍ଷ୍ମୀ ବସ୍ ଚଳାଚଳ କରିବ । ସମଗ୍ର ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି । ଏଥିପାଇଁ ସ୍ଥାନୀୟ ଜିସିଡି ପଡ଼ିଆରେ ଏକ ଭବ୍ୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଲୋକ ଏହି ଉଦଘାଟନ ସମାରୋହରେ ଯୋଗଦାନ କରିଥିଲେ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଉଷା ପାଢ଼ୀ ମଧ୍ୟ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ୫୨ଟି ବସ୍ ମଧ୍ୟରେ ପ୍ରଥମ ପର୍ୟ୍ୟାୟରେ ୪୦ଟି ବସ୍ ଚଳାଚଳ କରିବ । ୧୩୦ଟି ପଞ୍ଚାୟତ ଏହି ୪୦ଟି ବସ୍ ସେବା ପ୍ରଦାନ କରିବ । ଏହାଦ୍ଵାରା ଲୋକଙ୍କ ଗମନାଗମନ ପାଇଁ ସୁବିଧା ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button