ଲ’ ପରୀକ୍ଷା ଦେବେ ଲେଡି ବ୍ଲାକମେଲର ଅର୍ଚ୍ଚନା; କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ୱର: ଜାନୁଆରୀ ୩୧ ତାରିଖରେ ଲ’ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ । କ୍ୟାପିଟାଲ ଲ’ କଲେଜ ପକ୍ଷରୁ ଏନେଇ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯାଇଛି । ଜାନୁଆରୀ ୩୧ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଫେବ୍ରୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ମୋଟ୍ ୬୩ ଜଣ ପରୀକ୍ଷାର୍ଥୀ ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ । ଏଥିରେ ଅର୍ଚ୍ଚନା ନାଗଙ୍କ ନାଁ ମଧ୍ୟ ରହିଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅର୍ଚ୍ଚନା ନାଗ ଲ’ ପରୀକ୍ଷା ଦେବେ । ତେବେ ଜେଲରେ ନା କଲେଜ କ୍ୟାମ୍ପସରେ ପରୀକ୍ଷା ଦେବେ ତାହା ଜଣାପଡ଼ିନାହିଁ । କୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥାନ ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡ଼ିଛି । କିଛି ଦିନ ତଳେ ଫର୍ମ ପୂରଣ ପାଇଁ ଅନୁମତି ମାଗିଥିଲେ । ଫର୍ମ ପୂରଣ ପାଇଁ କୋର୍ଟ ଅନୁମତି ଦେଇଥିଲେ । କୋର୍ଟଙ୍କ ଅନୁମତି ପରେ ଅର୍ଚ୍ଚନାଙ୍କ ଓକିଲ ଫର୍ମପୂରଣ କରିଥିଲେ । ପରୀକ୍ଷା ଦେବାକୁ କୋର୍ଟରେ ଗତ ବୁଧବାର ଅନୁମତି ପାଇଁ ଅର୍ଚ୍ଚନାଙ୍କ ଓକିଲ ଆବେଦନ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button