ବିନା ମାସ୍କରେ ଖଣ୍ଡଗିରି ଯାତ୍ରା ମନା
ଭୁବନେଶ୍ୱର: ବିନା ମାସ୍କରେ ଯାତ୍ରା ମନା । ସମ୍ପୂର୍ଣ୍ଣ କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ଖଣ୍ଡଗିରି ମେଳା ଅନୁଷ୍ଠିତ ହେବ । ଯାତ୍ରା ସମୟରେ ଅଶ୍ଳୀଳ ନାଚକୁ ପ୍ରସୟ ଦିଆଯିବନି । ପରିମଳକୁ ଯାତ୍ରା କମିଟି ଗୁରୁତ୍ୱ ଦେବା ସହ ଆଇନଶୃଙ୍ଖଳା ପାଇଁ ସିସିଟିଭ ଲଗାଇବାକୁ ବିଏମସି ଆଜି ଚୂଡ଼ାନ୍ତ ଏସଓପି ଜାରି କରିଛି । ୨୮ ତାରିଖରେ ଯାତ୍ରା ଆରମ୍ଭ ହେବ । ଯାତ୍ରା କମିଟି ସଦସ୍ୟ ଟିକା ନେବାକୁ ମଧ୍ୟତାମୂଳକ କରାଯାଇଛି । ସେହିପରି ଯାତ୍ରା ପ୍ରବେଶ ପଥରେ କମିଟି ପକ୍ଷରୁ ସାନିଟାଇଜର ବ୍ୟବସ୍ଥା କରିବାକୁ କୁହାଯାଇଛି । ମାସ୍କ ନ ପିନ୍ଧିଥିଲେ ଲୋକଙ୍କୁ ଏଣ୍ଟ୍ରି ଦେବାକୁ ମନା ହୋଇଛି । ଯାତ୍ରା ପାଇଁ ପ୍ରଚାର ବେଳେ ମାଇକ କମ ସାଉଣ୍ଡରେ ବଜାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରା ପେଣ୍ଡାଲ ପାଇଁ ପୂର୍ତ୍ତବିଭାଗ ଏନଓସିକୁ ବାଧ୍ୟତାମୂଳକ କରାଯାଇଛି । ଅଗ୍ନି ନିରାପତ୍ତା ପାଇଁ ଯାତ୍ରା କମିଟିକୁ ଧ୍ୟାନ ଦେବାକୁ ବିଏମସି ପରାମର୍ଶ ଦେଇଛି । ସେହିପରି ଅଗ୍ନିଶମ ବିଭାଗ ନିକଟକୁ ଯାତ୍ରା କିମିଟି ଏନଓସି ଆଣିବ । ଯାତ୍ରାସ୍ଥଳ ପରିଷ୍କାର ରଖିବାକୁ କୁହାଯାଇଛି । ଆବଶ୍ୟକ ଡଷ୍ଟବିନ ରଖିବା ବାଧ୍ୟତାମୂଳକ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପେଣ୍ଡାଲ ବାହାରେ ସିସିଟିଭି ଲଗାଇବାକୁ ପରାମର୍ଶ ଦିଆଯାଇଛି । ଅଶ୍ଳୀଳ ନାଚ କିମ୍ବା ସାଂପ୍ରଦାୟିକତା ଉପରେ କୌଣସି ମତ ଦେବାକୁ ବାରଣ କରାଯାଇଛି । ଯାତ୍ରାରେ ଦୋକାନ ଖୋଲିବାକୁ ବିଏମସି ଅନୁମତି ଦେବ । ଏନେଇ ଦକ୍ଷିଣ-ପଶ୍ଚିମ ଜୋନ୍ ଅଫିସରେ ଆବେଦନ କରିବାକୁ ବିଏମସି ପକ୍ଷରୁ କୁହାଯାଇଛି । ଖଣ୍ଡଗିରି ଛକରୁ ଜୟଦେବ ବାଟିକା ପର୍ଯ୍ୟନ୍ତ ଦୋକାନ ଖୋଲିପାରିବେ । ଦୋକାନୀମାନଙ୍କୁ ଡଷ୍ଟବିନ ବ୍ୟବହାର କରିବାକୁ ବିଏମସି ପକ୍ଷରୁ କୁହାଯାଇଛି ସେହିପରି ଖାଦ୍ୟ ଦୋକାନ ଗୁଡ଼ିକ ସିଟି ହେଲଥ ଅଫିସରୁ ଲାଇସେନ୍ସ ନେବାକୁ ଏସଓପିରେ ଜାରି କରାଯାଇଛି ।