ଆଜି ସରିବ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର: ଆଜି ସରିବ ଖଣ୍ଡଗିରି ମେଳା। ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ଖଣ୍ଡଗିରି କୁମ୍ଭମେଳା ଅଗ୍ନିଜଳା ପୂର୍ଣ୍ଣମୀରେ ଶେଷହେବ । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୂଜାଙ୍କ ନିକଟରେ ଲାଗିଥିବା ଅଖଣ୍ଡ ଦୀପ ୯ଟାରେ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯିବା ସହ ମେଳା ସରିବ । ଦେଶର କୋଣ ଅନୁକୋଣରୁ ସାଧୁସନ୍ଥମାନେ ଆସି ମେଳାରେ ଚଳାଇଥିବା ଯଜ୍ଞରେ ପୂର୍ଣ୍ଣାହୂତି ଦେବେ । ଗୁମ୍ଫା ସଲଗ୍ନ ଶ୍ରୀ ଶ୍ରୀ ହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ଦିନ ବ୍ୟାପୀ ଚାଲିଥିବା ଶ୍ରୀରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଆଦିର ମଧ୍ୟ ସମାପନ ହେବ । ପରଦିନ ସାଧୁସନ୍ଥମାନେ ବାହୁଡ଼ିଯିବେ । ମେଳା ସରିଯିବ ସିନା ହେଲେ ଦୋକାନବଜାର ଓ ନାଟ ତାମସା ଆଉ କିଛିଦିନ ଚାଲୁ ରହିବ । ରାଜ୍ୟର କୋଣ ଅନୁକୋଣରୁ ପ୍ରତ୍ୟେହ ଏହି ମେଳାରେ ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି । ଦିନରେ ମେଳା ବୁଲିବା ସାଙ୍ଗକୁ ରାତିରେ ଯାତ୍ରା ଦେଖିବାର ମଜା ଦେଉଛନ୍ତି ଦର୍ଶକ ।

Related Articles

Leave a Reply

Your email address will not be published.

Back to top button