ନୂଆପଡ଼ାରେ ପୁଣି କଲରାପତରିଆ ଆତଙ୍କ

ନୂଆପଡ଼ା: ସଦର ବ୍ଳକ ଲୋଡ଼ରା ଗ୍ରାମରେ କଲପତରିଆ ବାଘ ଆତଙ୍କ ଦେଖାଯାଇଛି। କିଛି ଦିନ ହେଲା କଲରାପତରିଆ ପାବରତୋଲା ଓ ତରିଆ ମହୁଆଭଟା ଗ୍ରାମବାସୀଙ୍କ ନିଦ ହଜିଯାଇଛି। ମଙ୍ଗଳବାର ରାତିରେ ତରିଆ ମହୁଆଭଟା ଗ୍ରାମର ଭାଗରଥି ଭୋଇ ଗୁହାଳକୁ କଲରାପତରିଆ ବାଘ ପଶି ବାଛୁରୀକୁ ଆକ୍ରମଣ କରିଛି। କିନ୍ତୁ ଏହି ସମୟରେ ଗାଈମାନଙ୍କର ଶବ୍ଦ ଶୁଣି ମାଲିକ ଉଠି ଗୁହାଳକୁ ଯାଇଥିଲେ। ହେଲେ ତାପୂର୍ବରୁ ବାଘ ପଲାଇ ଯାଇଥିବା ଶ୍ରୀ ଭୋଇ କହିଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ଆଜି ସକାଳୁ ନୂଆପଡ଼ା ରେଞ୍ଜର ଓ ଆମାନେରା ଫରେଷ୍ଟର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗ୍ରାମରେ ଆଜିକୁ ୯ ଦିନ ହେବ ବାଘ ଆତଙ୍କ ଦେଖା ଦେଇଛି। ଏହାରି ଭିତରେ ୫ଟି ଗ୍ରାମର ୨ଟି ଗାଈ ଓ ୨ଟି ବାଛୁରୀକୁ ବାଘ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବାଘର ଆତଙ୍କରେ ପାରବତୋଲ, ତରିଆ ମହୁଆଭଟା ଗ୍ରାମର ଲୋକେ ଘରୁ ବାହାରକୁ ବାହାରୁନଥିବା ଦେଖିବାକୁ ମିଲିଛି। ଜଣେ ବ୍ୟକ୍ତି ମଧ୍ୟ ବାଘକୁ ଦେଖିଥିବା ଗ୍ରାମବାସୀ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button