ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ

ଭୁବନେଶ୍ବର:  ଅଜଣା ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ଗାଁ ନିକଟ ମୁଖ୍ୟରାସ୍ତାରୁ ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା କଲରାପତରିଆ ବାଘକୁ ଉଦ୍ଧାର କରାଯିବା ପରେ ତାର ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କୌଣସି ଏକ ଭାରୀଯାନ ଧକ୍କାରେ ବାଘଟି ତଳେ ପଡ଼ି ଛଟପଟ ହେଉଥିବାର ଦେଖିବାକୁ ମିଳିଥିଲା। ଗୁରୁତର ବାଘଟିକୁ ଜଣେ ପୁଲିସ କର୍ମଚାରୀ ବୋତଲରେ ପାଣି ପିଇବାକୁ ଦେବା ପରେ ତୁରନ୍ତ ଉଦ୍ଧାର କରାଯାଇ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତରଖାନା ନେବା ରାସ୍ତାରେ ବାଘଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବାଘଟିର ବୟସ ୪ରୁ ୫ ବର୍ଷ ।

Related Articles

Leave a Reply

Your email address will not be published.

Back to top button