ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ସଞ୍ଜୟ ମିଶ୍ର

ରାଞ୍ଚି: ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି । କେନ୍ଦ୍ର ନ୍ୟାୟ ଏବଂ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଅଧିସୂଚନା ଜାରି କରାଯାଇଛି । ଜଷ୍ଟିସ୍ ମିଶ୍ର ଏବେ ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ଅଛନ୍ତି । ମୁଖ୍ୟ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ପଦଭାର ଗ୍ରହଣ କରିବା ଦିନଠାରୁ ଆରମ୍ଭ ହେବ । ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ରବି ରଞ୍ଜନ ୨୦୨୨ ଡିସେମ୍ବର ୧୯ରେ ଅବସର ଗ୍ରହଣ କରିଥିବା ଦୃଷ୍ଟିରୁ ସୁପ୍ରିମ୍‌କୋର୍ଟ କଲେଜିୟମ୍ ଜଷ୍ଟିସ୍ ମିଶ୍ରଙ୍କ ନାମ କେନ୍ଦ୍ର ସରକାରଙ୍କୁ ପଠାଇଥିଲା । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏହାକୁ ଗ୍ରହଣ କରି ଶୁକ୍ରବାର ଏହି ଅଧିସୂଚନା ଜାରି କରିଛି । ଓଡ଼ିଶାର ବଲାଙ୍ଗିରରେ ଜନ୍ମିତ ଜଷ୍ଟିସ୍ ମିଶ୍ର ୨୦୦୯ରେ ଓଡ଼ିଶା ହାଇକୋର୍ଟ ଜଜ୍ ନିଯୁକ୍ତ ହୋଇଥିଲେ । ଏହାପରେ ତାଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟ ଟ୍ରାନ୍ସଫର୍ କରାଯାଇଥିଲା । ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଉତ୍ତରାଖଣ୍ଡ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱରେ ମଧ୍ୟ ଥିଲେ ।

Related Articles

Leave a Reply

Your email address will not be published.

Back to top button