ଅପପୃଷ୍ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କଲେ ଜୟନାରାୟଣ

ଭୁବନେଶ୍ୱର: ବିଧାନସଭାରେ ଅପପୃଷ୍ଟି ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଅପପୃଷ୍ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କଲେ ଜୟନାରାୟଣ ମିଶ୍ର । ଓଡିଶାରେ ୧୯ ପ୍ରତିଶତ ଛୁଆ କମ୍ ଓଜନରେ ଜନ୍ମ ହୋଇଛନ୍ତି । ୩୧ ପ୍ରତିଶତ ପୁଷ୍ଟିହୀନତା,୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହୋଇଛନ୍ତି । ଏଇଟା କଣ ୫ଟି? ଏହା କଣ ଓଡିଶାର ବିକାଶ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ଗୃହରେ ମନ୍ତ୍ରୀଙ୍କ ବିବୃତି ଦାବି କଲେ ଜୟନାରାୟଣ ମିଶ୍ର ।

Related Articles

Leave a Reply

Your email address will not be published.

Back to top button