ଜଗବନ୍ଧୁଙ୍କ ବିସ୍ଫୋରକ ବୟାନ: ଅକ୍ଷୟ ପରିଜା ଚକ୍ରାନ୍ତ କରି ଆମକୁ ଫସାଇଛନ୍ତି

ଭୁବନେଶ୍ବର : ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ଗିରଫ ମାମଲାରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଅକ୍ଷୟ ପରିଜା ଚକ୍ରାନ୍ତ କରି ଆମକୁ ଫସାଇଛନ୍ତି । ସେ ଝିଅକୁ ପଇସା ଲୋଭ ଦେଖାଇ ଆମ ବିରୋଧରେ ଏତଲା ଦେଇଛି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ମୁଣ୍ଡରେ ଅଠା ବୋଳା ହୋଇଛି। ତା’ ସହ ଆହୁରି ଅନେକ ଲୋକ ଅଛନ୍ତି ସେମାନଙ୍କୁ ବାହାର କରନ୍ତୁ । ଆମେ କାହାକୁ ପଇସା ମାଗିନୁ। ସବୁ ମିଛ କଥା। ସମୟ ଆସିଲେ ସବୁ କହିବୁ । ଆମକୁ ଅଯଥାରେ ବିବାଦ ଭିତରକୁ ଟଣାଯାଉଛି । ସୂଚନାଯୋଗ୍ୟ ଯେ, ଆର୍ଥିକ ହେରଫେର୍‌ ଓ ବ୍ଲାକମେଲିଂ ଅଭିଯୋଗରେ ବନ୍ଧା ହୋଇଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ । ସେବେଠୁ ସେ ଜେଲ୍‌ରେ ଅଛନ୍ତି । ଉଭୟଙ୍କ ଆର୍ଥିକ କାରବାର ସଂପର୍କରେ ଛାନ୍‌ଭିନ୍‌ କରୁଛି ଇଡି । ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରିଥିଲା ଇଡି । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।

Related Articles

Leave a Reply

Your email address will not be published.

Back to top button