ସମ୍ବଲପୁର ପାଇଁ ଜେ.ପି ନଡ୍ଡା ଗଠନ କଲେ ଯାଞ୍ଚ କିମିଟି

ଭୁବନେଶ୍ୱର: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାକାଣ୍ଡ ନେଇ ଏବେ ରାଜନୀତି ଜୋରଧରିଛି । ହିଂସାକାଣ୍ଡ ଥମିଯାଇଥିଲେ ହେଁ ରାଜନୀତି ଥମିବାର ନାଁ ନେଉନି ।  ସମ୍ବଲପୁର ହିଂସାକାଣ୍ଡକୁ ନେଇ ପୂର୍ବରୁ ରାଜ୍ୟ ବିଜେପି ଏନଆଇଏ ତଦନ୍ତ ଦାବି କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଥିବାବେଳେ ଶୁକ୍ରବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାକାଣ୍ଡ ନେଇ ଏକ ଯାଞ୍ଚ କମିିଟି ଗଠନ କରିଛନ୍ତି ।ଉକ୍ତ କମିଟିରେ ମୋଟ ୪ ଜଣ ସଦସ୍ୟ ରହିଛନ୍ତି ।  ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ,  ଆଦିତ୍ୟ ସାହୁ, ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ସି ମହେତା କମିଟି ସଦସ୍ୟଭାବେ ରହିଛନ୍ତି । ଏମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ । ଆଉ ତଦନ୍ତ ରିପୋର୍ଟ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କୁ ପ୍ରଦାନ କରିବେ ବୋଲି ଜଣାଯାଇଛି । ଖବର ଅନୁଯାୟୀ,  ଗତ ୧୨ ତାରିଖ ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ପରେ ୧୪୪ ଧାରା ଜାରି କରାଯାଇଥିଲା। ଇଣ୍ଟରନେଟ୍ ସେବାବନ୍ଦ କରାଯାଇଥିଲା।  ଶୋଭାଯାତ୍ରା ବାହାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ସମ୍ବଲପୁର ସହର କୋଣ ଅନୁକୋଣରୁ ଶହ ଶହ ମହିଳା ଭକ୍ତଙ୍କ ସମେତ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ସାମିଲ ହୋଇଥିଲେ। ହିଂସାକାଣ୍ଡ ପରେ ଗତକାଲି ପୁଲିସ୍ ପ୍ରଶାସନ ସତର୍କ ହେବା ସହ ସହର ସାରା କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିଲା। ଏସବୁ ସତ୍ତ୍ବେ ଜିଲ୍ଲା ସ୍କୁଲ୍ ଛକ ଓ ପେନସନ୍ ପଡ଼ାରେ ଶୋଭାଯାତ୍ରା ଉପରେ ପଥର ମାଡ଼ କରାଯାଇଥିଲା। ଫଳରେ ପେନସନ୍ ପଡ଼ାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏଭଳି ସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button