IT ର ଉଦଯାପନୀ ସନ୍ଧ୍ୟା: ଦୋଳ ଗୋବିନ୍ଦ ରଥଙ୍କୁ ‘ଇଣ୍ଟରନ୍ୟାସନାଲ୍ ଥିଏଟର ଆୱାର୍ଡ -୨୦୨୬’

ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଇଣ୍ଟରନ୍ୟାସନାଲ୍ ଥିଏଟରର ଉଦଯାପନୀ ସନ୍ଧ୍ୟାରେ ‘କଳାକାର’ ନାଟ୍ୟ ଅନୁଷ୍ଠାନ ଦ୍ଵାରା ଡଃ ନିବେଦିତା ଜେନାଙ୍କ ରଚିତ ଏବଂ ହର ପ୍ରସାଦ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ‘ଭରତ ବାକ୍ୟ’ ମଞ୍ଚସ୍ଥ ହେଇଯାଇଛି ।

ଏହି ନାଟକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଞ୍ଚ ଅଭିନେତା ଏବଂ ନାଟ୍ୟ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଏବଂ ମଞ୍ଚ ନାଟକ ନିର୍ଦ୍ଦେଶକ ସୁବୋଧ କୁମାର ପଟ୍ଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ରମେଶ ଚନ୍ଦ୍ର ମଲ୍ଲିକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ସଚିବ ପ୍ରଦୀପ କୁମାର ମିଶ୍ର ଏବଂ ନାଟ୍ୟକାର ଏବଂ ନାଟ୍ୟ ନିର୍ଦ୍ଦେଶକ ସୀମନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ନାଟକର ରଚୟିତା ଡଃ ନିବେଦିତା ଜେନା ଅନ୍ୟତମ ସମ୍ମାନିତ ଅତିଥି ଭାବେ ମଧ୍ୟ ଯୋଗ ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଦୋଳ ଗୋବିନ୍ଦ ରଥଙ୍କୁ International Theatre Award ରେ ସମ୍ମାନିତ କରାଗଲା। ତତ୍ ସଂଗେ ସଂଗେ IT ସମ୍ମାନରେ ସୁରେଶ କୁମାର ନାୟକଙ୍କୁ ସମ୍ମାନିତ କରାଗଲା । ପରେ ପରେ ଓଡ଼ିଶା ପୋଷ୍ଟ ଫିଚର୍ ସମ୍ପାଦକ ବିଜୟ ମଣ୍ଡଳ ଏବଂ ବରିଷ୍ଠ ସାମ୍ବାଦିକ ଓ ଫିଲ୍ମ ମେକର ମାନସ ପରିଡ଼ାଙ୍କୁ IT MIDIA ସମ୍ମାନରେ ସମ୍ମାନିତ କରାଯାଇଥିଲା। ନାଟକ ମଞ୍ଚସ୍ଥ ଶେଷରେ ‘ଭରତ ବାକ୍ୟ’ର ନିର୍ଦେଶକ ହର ପଟ୍ଟନାୟକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି ମହାର୍ଘ୍ୟ ଅବସରରେ International Theatre ର ଏକ ସ୍ମରଣିକା ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button