ଇଟ୍ ସୁବର୍ଣ୍ଣ ଜୟନ୍ତୀ ଜାତୀୟ ନାଟ୍ୟ ପର୍ବ ୨୦୨୪: ତୃତୀୟ ସନ୍ଧ୍ୟାର ନାଟକ ‘ରଂଗଭୂମି’

ଭୁବନେଶ୍ବର: ଇଟ୍ ସୁବର୍ଣ୍ଣ ଜୟନ୍ତୀ ଜାତୀୟ ନାଟ୍ୟ ପର୍ବ ୨୦୨୪ ଅବସରରେ ତୃତୀୟ ସନ୍ଧ୍ୟାର ନାଟକ ରଂଗଭୂମି’ ମଞ୍ଚସ୍ଥ ହୋଇଯାଇଛି । ଗତ ୫ ଡ଼ିସେମ୍ବର ରବୀନ୍ଦ୍ରମଣ୍ଡପରେ ନାଟକ ଦେଖିବାକୁ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ପରିବେଷଣ କରିଥିଲେ ‘ ଲୁ ‘ ପଦମପୁର, ବରଗଡ଼ର କଳାକାରଗଣ । ରଚନା ମୁନସୀ ପ୍ରେମଚାନ୍ଦ ଓ ନିର୍ଦ୍ଦେଶନା ଦେଇଥିଲେ ଜଗନ୍ନାଥ ସେଠୀ। ଇଣ୍ଟରନ୍ୟାସନାଲ ଥିଏଟର, ଭୁବନେଶ୍ୱର ଦ୍ୱାରା ଆୟୋଜକ ୪ ଦିନିଆ ନାଟକ ଉତ୍ସବର ଏହା ଥିଲା ତୃତୀୟ ସନ୍ଧ୍ୟା। ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଅତିଥିବୃନ୍ଦଙ୍କ ମଧ୍ୟରେ ଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ନରେନ୍ଦ୍ର ମିଶ୍ର, ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଶାନ୍ତନୁ ରଥ, ଓଡ଼ିଶା ନାଟ୍ୟ ସଂଘର ସଭାପତି ମନୋଜ ପଟ୍ଟନାୟକ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ। ଏଭଳି ଏକ ନାଟକ ମହୋତ୍ସବର ଆୟୋଜନ ପାଇଁ ଇଣ୍ଟରନ୍ୟାସନାଲ ଥିଏଟର ର କର୍ମକର୍ତ୍ତା ଏବଂ ଏହାର ନିର୍ଦ୍ଦେଶକ ମିହିର ମେହେରଙ୍କୁ ଅତିଥିମାନେ ଭୁରି ଭୁରି ପ୍ରଶଂସା କରିଥିଲେ। ଜନସାଧାରଣଙ୍କ ଉପରେ ନିଶ୍ଚିତ ପ୍ରଭାବ ପକାଇଲା ଭଳି ନାଟକ ମଞ୍ଚସ୍ଥ କରାଯାଉଛି ବୋଲି ଇଣ୍ଟରନ୍ୟାସନାଲ ଥିଏଟରର ନିର୍ଦ୍ଦେଶକ ମିହିର ମେହେର ମତ ଦେଇଥିଲେ।
ନାଟକର କଥାବସ୍ତୁ :
ଏହି ନାଟକଟି ଉପନିବେଶବାଦୀ ଭାରତ ବାବଦରେ ଏକ ଗଭୀର ଅନୁସନ୍ଧାନ ଉପରେ ଆଧାରିତ , ଯାହାର କେନ୍ଦ୍ର ହେଉଛନ୍ତି ଚରିତ୍ର – ସୁରଦାସ। ସେ ଜଣେ ଅନ୍ଧ ଭିକାରି, ଯାହାଙ୍କ ପୈତୃକ ଜମିର ଶୋଷଣ ବିରୁଦ୍ଧରେ ନ୍ୟାୟ ଏବଂ ସ୍ୱୀକୃତି ଖୋଜିବା ଏକ ବୃହତ ସଂଘର୍ଷରେ ପରିଣତ ହୋଇଛି । ଯଦିଓ ସେ ଜଣେ ଦୃଷ୍ଟିହୀନ, ସୁରଦାସଙ୍କର ମଣିଷ ଓ ପ୍ରକୃତି ଭିତରେ ଥିବା ଆତ୍ମୀୟ ସମ୍ପର୍କ ସେ ଅନୁଭବ କରିବାର ଏକ ଉଲ୍ଲେଖନୀୟ କ୍ଷମତା ଥିଲା । ଏହି ସୂକ୍ଷ୍ମ ଓ ଜୀବନ୍ତରଙ୍ଗକୁ ପ୍ରାୟେ ଅନ୍ୟମାନେ ଦୃଷ୍ଟିଗୋଚର କରିପାରନ୍ତି ନାହିଁ । ତାଙ୍କର ବିସ୍ତୃତ ହୃଦୟତାଙ୍କୁ ଏହି ଗଭୀରତାକୁ ସଂଯୋଗ କରିବାକୁ ଆହ୍ଵାନ ଦିଏ । ଏହି କାହାଣୀରେ ଅନେକ ଦୁଷ୍ଟ ଚରିତ୍ରମାନଙ୍କ ସହ ସୁରଦାସ କରିଥିବା ସଂଘର୍ଷ ବାବଦରେ କୁହାଯାଇଛି ଯେଉଁ ଶକ୍ତିଶାଳୀ ବ୍ୟକ୍ତିତ୍ୱମାନେ ପାରମ୍ପରିକ ମୂଲ୍ୟବୋଧକୁ ଅଣଦେଖା କରନ୍ତି । ସ୍ଵାର୍ଥପର ବ୍ୟକ୍ତିଗତ ମୋହ ଓ ବ୍ୟାପକ ସାମୂହିକ ଆଶା ଓ ଉଦ୍ୟମ ଭିତରେ ଏହି ସଂଘର୍ଷ। ନାଟକରେ ମଣିଷମାନଙ୍କର ଇଚ୍ଛା ଭିତରେ ଥିବା ନୈତିକବୋଧ , ନ୍ୟାୟ ଏବଂ ଏହା ଭିତର ଜଟିଳତା ବିଷୟରେ ବିଶ୍ଳେଷଣ କରାଯାଇଛି।ଏଥିରେ ସାମାଜିକ ଚାପ ଓ ସ୍ଵାର୍ଥପର ମୂଲ୍ୟବୋଧ କିପରି ସତ୍ୟର ଦୃଷ୍ଟିଭଙ୍ଗୀ ଓ ମର୍ଯ୍ୟାଦାପୂର୍ଣ୍ଣ ପରିବର୍ତ୍ତନକୁ ଦବେଇବାକୁ ଚେଷ୍ଟା କରେ ତାହା ଆଲୋକପାତ କରାଯାଇଛି। ଏହି ଅବସରରେ ‘ଇଟ୍ ସମ୍ମାନ’ ରେ ସମ୍ମାନିତ ହୋଇଥିଲେ ଲଲାଟେନ୍ଦୁ ମହାନ୍ତି । ‘ଇଟ୍ ଗଣମାଧ୍ୟମ ସମ୍ମାନ’ ରେ ରଶ୍ମୀରଂଜନ ସ୍ୱାଇଁ ଏବଂ ଧୃତିକାମ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ସୁଧାଂଶୁ ଦ୍ବିବେଦୀ।