ବ୍ରହ୍ମାନନ୍ଦ ଗୌରବ ଗୁରୁକୁଳରେ ଅଭିନବ ଜନ୍ମଦିନ ପାଳିତ

ଭୁବନେଶ୍ୱର (ଭିଓଭି): ସ୍ଥାନୀୟ ବ୍ରହ୍ମାନନ୍ଦ ଗୌରବ ଗୁରୁକୁଳ ଆଶ୍ରମରେ ଗତକାଲି (28/8/24)ତେଜସ୍ୱିନୀ ଫାଉଣ୍ଡେସନ ଆନୁକୂଲ୍ୟରେ ଶୈଳଜା ପରିବାର ତରଫରୁ ଏହାର ସଦସ୍ୟା ଅନାମିକା ସିଂହଙ୍କ ସ୍ଵନକ୍ଷତ୍ର ଦିବସ ଭାବାବେଗ ପରିବେଶରେ ମଧ୍ୟରେ ଆୟୋଜିତ ହୋଇଯାଇଛି। ଆଶ୍ରମର ଗୁରୁଜୀ, ଗୁରୁମା ତଥା ଛୋଟ ଛୋଟ ଶାନ୍ତ ସରଳ ଶିକ୍ଷାର୍ଥୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇପାରିଥିଲା l ଭାରତୀୟ ସଂସ୍କୃତି, ଐତିହ୍ୟ, ପରମ୍ପରା ଆଧାରରେ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ଗୁରୁଜୀ ଆଶୀର୍ବଚନ ପ୍ରଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ଛୋଟ ପିଲାଙ୍କର ବୁଦ୍ଧି, ଜ୍ଞାନ ର ପରିବ୍ୟାପ୍ତି ସହ ଲୁକ୍କାୟିତ ପ୍ରତିଭାକୁ ଉଜ୍ଜୀବିତ କରିବାର ମହତ ଉଦ୍ଦେଶ୍ୟରେ ତର୍କ, ରଚନା, ଝୋଟି, ମେହେନ୍ଦି, ସଂଗୀତ, ଶ୍ଳୋକ ଆବୃତ୍ତି, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା l ଅନ୍ତେବାସୀଙ୍କ ଗହଣରେ ଶୈଳଜା ପରିବାର ଏହି ନିଆରା ସାନ୍ଧ୍ୟ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଅନୁଷ୍ଠାନର ଉତ୍ତରୋତ୍ତର ବିକାଶ କାମନା କରିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button