ବାହା ହେବେ ମାହାଙ୍ଗାର ସ୍ବାଧୀନ ବିଧାୟକ ସାରଦା ପ୍ରଧାନ

ଭୁବନେଶ୍ବର: ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବେ ମାହାଙ୍ଗାର ସ୍ବାଧୀନ ବିଧାୟକ ସାରଦା ପ୍ରଧାନ। ତେବେ ତା ପୂର୍ବରୁ ତାଙ୍କର ମେହେନ୍ଦି ଶେଷ ହୋଇଯାଇଛି। ସାରଦା ଯାହାକୁ ବାହା ହେବାକୁ ଯାଉଛନ୍ତି ସେ ହେଉଛନ୍ତି ଓଏଏସ ଟ୍ରେନିଂ ନେଉଥିବା ଯୁବତୀ ୨୭ ବର୍ଷୀୟା ସିପ୍ରା ପ୍ରିୟଦର୍ଶିନୀ ବଳ। ପୂର୍ବରୁ ଏମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଯାହା ବିବାହକୁ ରୂପାନ୍ତରିତ ହେଉଛି। ଉଭୟଙ୍କ ବାହାଘର ରାଜସ୍ଥାନ ଉଦୟପୁରରେ ଏକ ରାଜକୀୟ ଶୈଳୀରେ ହେବ। ସେଥିପାଇଁ ଉଭୟ ବରକନ୍ୟା ତରଫରୁ ପ୍ରାୟ ୫୦ ଜଣ ଉଦୟପୁରରେ ପହଞ୍ଚିସାରିଛନ୍ତି। ସିପ୍ରା ପ୍ରିୟଦର୍ଶିନୀ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଜଅଁରା ବାରିମୂଳ ଗାଁର ରମେଶ ବଳଙ୍କ ଜ୍ୟେଷ୍ଠ କନ୍ୟା । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର୍ଯ୍ୟ କରୁଥିଲେ । ପରେ ୨୦୨୩ ଓଡିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ଏବେ ତାଲିମ ନେଉଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button