ବଜେଟ ଅଧିବେଶନ, ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ

ଭୁବନେଶ୍ବର : ଦିନକ ପରେ ରାଜ୍ୟ ବଜେଟ ଅଧିବେଶନ । ଏଥିପାଇଁ ବିଧାନସଭାରେ ସୁରକ୍ଷା କଡାକଡି କରିଛି କମିଶନରେଟ୍ ପୋଲିସ । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ ଡିଜି ଏବଂ ପୋଲିସ କମିଶନର । ତେବେ ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ପୋଲିସ ମୁତୟନ ରହିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ୨ ପ୍ଲାଟୁନ SOG,,  ରୁଫ ଟପ ସିକ୍ୟୁରିଟି,  କ୍ଵିକ ରିଆକ୍ସନ ଟିମ ରହିବେ ମୁତୟନ । ଡଗ ସ୍କ୍ବାଡ୍ , ବୋମା ନିଷ୍କ୍ରିୟ ଦଳ ମଧ୍ୟ ମୁତୟନ ରହିବେ । ସେହିପରି ଯେ କୌଣସି ଅପ୍ରୀତିକର ଓ ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷା ବାହିନୀ ପ୍ରସ୍ତୁତ ରହିବେ । ବିଧାନସଭା ଅଞ୍ଚଳରେ ୧୪୪ ଧାରା ଜାରି ରହିବ । ଅନ୍ୟପକ୍ଷରେ ଆସନ୍ତା ୨୧ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏଥର ଅଧିବେଶନ ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ଆଜି(ସୋମବାର) ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ହେଲେ ବିଧାନସଭାରେ କିପରି ବିରୋଧୀ ଶାସକ ଦଳକୁ ଘେରିବେ ଏବଂ ଶାସକ ଦଳ କିପରି ବିରୋଧୀଙ୍କୁ ମୁକାବିଲା କରିବ ସେନେଇ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏବେ ଠାରୁ ସ୍ପଷ୍ଟ ଜଣାପଡ଼ିଲାଣି ଯେ ଏଥରର ବଜେଟ୍ ଅଧିବେଶନ ଚଳାଇବା ବାଚସ୍ପତିଙ୍କ ପକ୍ଷେ ଏତେ ସହଜ ହେବନି।

Related Articles

Leave a Reply

Your email address will not be published.

Back to top button