ପରଲୋକରେ ହୁସେନ ରବି ଗାନ୍ଧୀ
କଟକ: ବଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧିଙ୍କ ପରଲୋକ। ଏସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ହୁସେନ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ। ‘ଉତ୍କଳ ପ୍ରସଙ୍ଗ’ର ଥିଲେ ସମ୍ପାଦକ। ସାହିତ୍ୟ କ୍ଷେତ୍ରରେ ସେ ଏକାଧିକ ପୁସ୍ତକ ଲେଖିଥିଲେ।
ହୁସେନ ରବି ଗାନ୍ଧୀ ଓଡ଼ିଆ ଲେଖକ ଏବଂ ଓଡ଼ିଶାର ଜଣେ ରାଜନେତା ଅଟନ୍ତି । ୧୯୮୫ ରେ ସେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ। ‘ଜାଗ୍ରତ ଓଡିଶା’ର ବିଧାୟକ ପ୍ରାର୍ଥୀ ଥିଲେ। ପରେ ଜନମୋର୍ଚ୍ଚାରେ ଯୋଗ ଦେଇଥିଲେ। ୧୯୮୮ରେ ସେ ବିଜେଡିରେ ଯୋଗ ଦେଇଥିଲେ। ୧୯୯୮ରୁ ୨୦୦୫ ମସିହା ପର୍ୟ୍ୟନ୍ତ ସେ ଦଳର ସାଧାରଣ ସମ୍ପାଦକ ଭାବରେ କାର୍ୟ୍ୟ କରୁଥିଲେ । ୧୯୯୪ ମସିହାରେ ତାଙ୍କୁ କଟକ ମେୟରଙ୍କ ଦ୍ୱାରା “ବିପ୍ଳବୀ ଲୋକ କବି”ର ଆଖ୍ୟା ପ୍ରଦାନ କରାଯାଇଥିଲା । ୧୯୯୬ ମସିହାରେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ସଂଗଠନ ପକ୍ଷରୁ ଓଡ଼ିଶାର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ତାଙ୍କୁ ଉତ୍କଳ ଜ୍ୟୋତି ଆଖ୍ୟା ପ୍ରଦାନ କରିଥିଲେ । ୧୯୯୩ ମସିହାରେ ଭାରତର ପୂର୍ବତନ ରାଷ୍ଟ୍ରପତି “ଜ୍ଞାନୀ ଜୈଲ ସିଂ”ଙ୍କଦ୍ୱାରା ଧର୍ମନିରପେକ୍ଷ ‘ଭାରତ ହରମୋନି’ ପୁରସ୍କାର ଏବଂ ଓଡ଼ିଆ କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୫ ମସିହାରେ ଗଙ୍ଗାଧର ମେହେର କବିତା ପୁରସ୍କାର ପାଇଥିଲେ । ହୁସେନ ଓଡ଼ିଶା ସାହିତ୍ୟ ଏକାଡେମୀ (୨୦୦୮-୨୦୧୦)ରେ ସଭାପତି ଭାବରେ କାର୍ୟ୍ୟ କରିଥିଲେ।