ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ବିଧାନସଭା ଠିକରେ ଚାଲିପାରୁନି । ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବିଧାନସଭାକୁ ଦିନ ୪ଟା ପର୍ୟ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ବିଜେପି ବିଧାୟକଙ୍କ ଜୋରଦାର ହଟ୍ଟଗୋଳ ଓ ପୋଡିୟମ ନିକଟକୁ ଯାଇ ନାରାବାଜୀ କାରଣରୁ ବିଧାନସଭାକୁ ମୁଲତବି ରଖାଯାଇଛି । ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବାକୁ ଦାବି କରିଥିଲେ । ଏହାସହ ବାଚସ୍ପତିଙ୍କୁ ଡାଲି ଫୋପାଡିବା ଘଟଣାରେ ନିଲମ୍ବିତ ହୋଇଥିବା ବିଜେପିର ୨ଜଣ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ବିଜେପି ବିଧାୟକମାନେ ଦାବି କରିଛନ୍ତି । ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ।

Related Articles

Leave a Reply

Your email address will not be published.

Back to top button