ତେଜେଶ୍ବରଙ୍କୁ ନେଇ ଆଶାବାଦୀ ଭୁବନେଶ୍ବର ଏମପି !

ଭୁବନେଶ୍ବର: ବିଜେପିରେ ନୂଆ ନୂଆ ପାଦ ଦେଇଥିବା ତେଜେଶ୍ବର ପରିଡ଼ାଙ୍କୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନୂଆ ଗୋଟି ଚାଳନା କରିବେ ବୋଲି ଚର୍ଚ୍ଚା ହେଉଛି। ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ଲାଗି ବିଜେପିରେ ଆରମ୍ଭ ହୋଇଯାଇଛି ଭେଟଘାଟ ରାଜନୀତି। ବିଜେପିର ଦୁଇ ଲୋକପ୍ରିୟ ନେତାଙ୍କର ହେବ ଭେଟଘାଟ । ଏହି ଦୁଇ ନେତା ହେଉଛନ୍ତି ବିଜୟ ମହାପାତ୍ର ଓ ଅପରାଜିତା ଷଡଙ୍ଗୀ । ବଳଦେବ ଜୀଉ ଦର୍ଶନ କରିବେ ଅପରାଜିତା ସରଙ୍ଗୀ ,ସ୍ୱାଗତ କରିବେ ବିଜୟ ମହାପାତ୍ର ।  କେନ୍ଦ୍ରାପଡା ବିଜେପିରେ ଏବେ ଘଡିକେ ଛୁଟୁଛି ଘୋଡା । ତେବେ ଖୁବଶୀଘ୍ର କେନ୍ଦ୍ରାପଡା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇପାରେ । ବିଜେପିର ବିବାଦିୟ ଦୁଇ ନେତାଙ୍କର ଭେଟଘାଟ ଏଥର ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିପାରେ । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଅନେକ ଆକଳନ ହେଲାଣି । ମାସ ଶେଷକୁ କେନ୍ଦ୍ରାପଡା ଗ୍ରସ୍ତରେ ଯାଇପାରନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଉ ତାଙ୍କୁ ସ୍ୱାଗତ କରିବାକୁ ସଜବାଜ ହୋଇ ଗୋଡ ଟେକି ବସିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ବଳଦେବ ଜୀଉ ଦର୍ଶନ କରିବେ ଅପରାଜିତା । ବିଜୟ ମହାପାତ୍ରଙ୍କୁ ଭେଟିବା କାର୍ଯ୍ୟକ୍ରମ ବି ରହିଛି । ଆଉ ଏହି ଦୁଇ ବରିଷ୍ଠ ନେତାଙ୍କ ଭେଟଘାଟ ଚର୍ଚ୍ଚାକୁ ନେଇ କେନ୍ଦ୍ରାପଡା ବିଜେପିରେ ଆରମ୍ଭ ହୋଇଛି ଘଟଚମଟ । ତେଜେଶ୍ୱର ପରିଡାଙ୍କ ବିଜେପିରେ ଯୋଗଦାନ ପରେ ରିଆକ୍ଟିଭିଏଟ ହୋଇଛନ୍ତି ବିଜୟ ମହାପାତ୍ର । ଯୁବ ଚେହେରା ତେଜେଶ୍ୱରଙ୍କୁ ନିଜେ ଧର୍ମେନ୍ଦ୍ର ପ୍ରଧାନ ପ୍ରୋଜେକ୍ଟ କରିଥିବା ଚର୍ଚ୍ଚା ଉଠିଛି । ଏମିତିରେ ବି ବିଜୟ ଧର୍ମେନ୍ଦ୍ର ଆଉ ଅପରାଜିତା ଧର୍ମେନ୍ଦ୍ରଙ୍କ ଭିତରେ ପଡେନାହିଁ ବୋଲି ସାରା ଓଡିଶା ବି ଜାଣିଛି । ଏମିତି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ଅପରାଜିତା ହଟାତ ବଳଦେବଜୀଉ ଦର୍ଶନ ପାଇଁ କେନ୍ଦ୍ରାପଡା ଆସିବା ଆଉ ତାଙ୍କୁ ସ୍ୱାଗତ କରିବାକୁ ବିଜୟ ମହାପାତ୍ର ସବୁ ବ୍ୟବସ୍ଥା କରିବା ରାଜନୈତିକ ମହଲରେ ସହଜରେ ଗ୍ରହଣ କରିହେଉନାହିଁ । ଯଦିଓ ଏ ନେଇ ଉଭୟ ବିଜୟ ବିଜେପି ଓ ଅପରାଜିତା ନିରବ ରହିଛନ୍ତି କିନ୍ତୁ ଉଭୟ ଭିତରେ ଭିତରେ କିଛି କିଛି ଚାଲିଥିବା ଏକ ବିଶେଷ ସୂତ୍ରରୁ ଖବର ମିଳୁଛି । ବିଜୟ ମହାପାତ୍ର ଏବେ ପାଟକୁରା ସହ ଅନ୍ୟାନ୍ୟ ଜାଗାରେ ଦୃଶ୍ୟମାନ ହେଉଛନ୍ତି । ପାଟକୁରା ଉପନିର୍ବାଚନରେ ତାଙ୍କୁ ବିଜେପି ଟିକେଟ ଦେଇ ବି ହରାଇଥିଲା । ନିଜ ଦଳର ନେତାଏ ଏଥିରେ ଗୃହସତ୍ରୁ ପାଲଟିଥିବା କୁହାଯାଏ । ତା ପରଠୁ ପ୍ରାୟତଃ ନିରବ ଥିବା ବିଜୟ ଦଳ ବଦଳ କରିବା ମଧ୍ୟ ଚର୍ଚ୍ଚା ଉଠିଥିଲା । ହେଲେ ଅପରାଜିତାଙ୍କ ସହ ତାଙ୍କ ସାକ୍ଷାତକୁ ନେଇ ଏବେ ଦ୍ୱନ୍ଦରେ କର୍ମୀ । ଗୋଟିଏ ପଟେ ଜିଲ୍ଲା ବିଜେପିକୁ ବୈଜନ୍ତ ପଣ୍ଡା, ତେଜେଶ୍ୱର ପରିଡା ଓ ବିଜୟ ମହାପାତ୍ର କଲେ ତିନି ହେଁ କଣ୍ଟ୍ରୋଲ କରବା କୁ ଚାଁହୁଥିବା ବେଳେ ଅପରାଜିତାଙ୍କ ଗସ୍ତ ବିଜୟଙ୍କ ସହ ତାଙ୍କର ଭେଟଘାଟ କିଛି ନୂଆ ସନ୍ଦେଶ ଦେଉଛି କି ? ବିଜୟଙ୍କ ପୋଷ୍ଟର ଫିକା ପଡୁଥିବା ବେଳେ ଜାତୀୟ ରାଜନୀତିରେ ଅପରାଜିତାଙ୍କ ପତିଆରା ବଢିଛି । ବିଜୟ ଅନ୍ୟ ଦଳକୁ ଯିବାକୁ ମନବଳାଇବା ବେଳେ ଅପରାଜିତା ତାଙ୍କୁ ବିଜେପିରେ ରହିବାକୁ ମନାଇବେ ନା ବିଜୟଙ୍କ ନିଷ୍ପତି କୁ ଖୋଲା ସ୍ୱାଗତ କରିବେ ତାକୁ ନେଇ ଜାରି ରହିଛି ସସ୍ପେନ୍ସ । ସବୁଠାରୁ ବଡ଼ କଥା ହେଲା କେନ୍ଦ୍ରାପଡା ରାଜନୀତି ଭିନ୍ନ ଦିଗରେ ଗତି କଲାଣି । ବିଜୟ ପାଟକୁରାରେ ଟିକେଟ ପାଇବେନି ବୋଲି ଜାଣିଛନ୍ତି । ବାରମ୍ବାର ଦଳୀୟ ଚିହ୍ନରେ ହାରୁଥିବାରୁ ଏଥର ତେଜେଶ୍ୱର ବିଜେପି ଟିକେଟ ନେବା ଥୟ । କିନ୍ତୁ ବିଜୟଙ୍କୁ ଅପରାଜିତା ଭେଟିବା ପରେ ବିଜୟଙ୍କର ଆଭିମୁଖ୍ୟ କଣ ରହିବ ତାକୁ ନେଇ ଏବେ ଆଲୋଚନା ଜୋର ଧରିଛି ।

Related Articles

Leave a Reply

Your email address will not be published.

Back to top button