୪ ଦିନିଆ ରିମାଣ୍ଡରେ ହନିଟ୍ରାପ ଅଭିଯୁକ୍ତ

ବାଲେଶ୍ବର: ଆଇଟିଆରରୁ ତଥ୍ୟ ଲିକ ଅଭିଯୋଗରେ ଗିରଫ ବାବୁରାମ ଦେ’କୁ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଛି। ପୁଲିସ ପକ୍ଷରୁ ୫ଦିନ ରିମାଣ୍ଡ ଆବେଦନ କରାଯାଇଥିଲା, ତେବେ ଏସଡିଜେଏମ ୪ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି। ଟେକ୍ନିକାଲ ଅଫିସର ବାବୁରାମକୁ ପୁଲିସ ଗିରଫ କରିଥିଲା। ହନିଟ୍ରାପରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ପାକିସ୍ତାନକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ବର ପୁଲିସ ଟେକ୍ନିକାଲ ଅଫିସର ବାବୁରାମ ଦେ’କୁ ଗିରଫ କରିଛି। ଏନେଇ  ଆଇଜି ହିମାଂଶୁ ଲାଲ ଓ ଏସପି ସାଗରିକା ନାଥ ସୂଚନା ଦେଇଥିଲେ। ଅଭିଯୁକ୍ତ ଜଣକ ଦୀର୍ଘ ବର୍ଷେ ପର୍ୟ୍ୟନ୍ତ ଭାରତର ପ୍ରତିରକ୍ଷା ସମ୍ପର୍କୀତ ତଥ୍ୟ ପାକିସ୍ତାନକୁ ଯୋଗାଇଥିଲା। ମୋବାଇଲ୍ ମାଧ୍ୟମରେ ସେ ତଥ୍ୟ ପ୍ରଘଟ କରିଥିଲା। ହନିଟ୍ରାପ୍‌ ଜରିଆରେ ରାୱଲପିଣ୍ଡିରୁ ଗୁପ୍ତ ତଥ୍ୟ ଆଦାୟ କରୁଥିଲା ପାକିସ୍ତାନ। ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୧ରେ ହନିଟ୍ରାପ ଜରିଆରେ ତଥ୍ୟ ପ୍ରଘଟ ମାଲଲାରେ ୫ ଜଣଙ୍କୁ ଗିରଫ କରିଥିଲା ପୁଲିସ।

Related Articles

Leave a Reply

Your email address will not be published. Required fields are marked *

Back to top button