ହକି ବିଶ୍ୱକପ୍: ଆଜି ସଂଧ୍ୟାରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍

ଭୁବନେଶ୍ୱର: ଆଜିଠୁ ହକି ବିଶ୍ବକପରେ ଖେଳାଯିବ କ୍ରସଓଭର ମ୍ୟାଚ୍। ଭାରତ ସହ ନ୍ୟୁଜିଲାଣ୍ଡର ହେବ ମୁକାବିଲା । କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକିର କ୍ରସ ଓଭର ମ୍ୟାଚ୍ ଖେଳାଯିବ। ଯିଏ ଜିତିବ କ୍ୱାର୍ଟର ଫାଇନାଲ ଟିକଟ ହାତେଇବ । ତେବେ ରବିବାର ପ୍ରଥମ କ୍ରସ ଓଭର ମ୍ୟାଚ୍ ମାଲେସିଆ ଓ ସ୍ପେନ ମଧ୍ୟରେ ଅପରାହ୍ନ ସାଢେ ୪ଟାରେ ଖେଳାଯିବ। ପରେ ସନ୍ଧ୍ୟା ୭ଟାରେ ଆୟୋଜକ ଭାରତକୁ ସାମ୍ନା କରିବ ନ୍ୟୁଜିଲାଣ୍ଡ। ପୁଲ ଡି ରେ ଭାରତ ଖେଳୁଥିବା ୩ଟି ମ୍ୟାଚ୍ ମଧ୍ୟରୁ ୨ଟି ବିଜୟ ଗୋଟାଏ ଡ୍ର ସହ ୭ପଏଣ୍ଟ ପାଇ ଟେବୁଲ୍ ର ୨ୟ ସ୍ଥାନରେ ରହି କ୍ରସ ଓଭର ଖେଳିବାକୁ ଆସିଛି। ସେହିପରି ପୁଲ ସି ରେ ନ୍ୟୁଜିଲାଣ୍ଡ ୩ଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୩ ପଏଣ୍ଟ ସହ ଟେବୁଲ୍ ର ତୃତୀୟ ସ୍ଥାନ ଅଧିକାର କରି ଭାରତ ସହ କ୍ରସ ଓଭର ଖେଳିବ। ୨୦୧୩ ପର ଠାରୁ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ମଧ୍ୟରୁ ଭାରତ ୨୪ ଟି ମ୍ୟାଚ୍ ଜିତିଥିବ ବେଳେ ନ୍ୟୁଜିଲ୍ୟାଣ୍ଡ ୧୫ ଟି ମ୍ୟାଚ୍ ଜିତିଛି ଓ ୫ ଟି ମ୍ୟାଚ୍ ଡ୍ର ରହିଛି। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ରେ ଜିତିଲେ ଆସନ୍ତା ୨୪ ରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ୨୦୧୮ ର ବିଶ୍ଵ ଚାମ୍ପିଅନ ବେଲଜିୟମ ବିପକ୍ଷରେ ଖେଳିବ। ଆଜିର ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ବ ପୂର୍ଣ୍ଣ ରହିବ।