ହୀରାକୁଦ:୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ଭୁବନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧.୯୫ ଫୁଟ ରହିଛି । ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି । ଖବର ଅନୁସାରେ, ଉପରମୁଣ୍ଡରେ ଲାଗି ରହିଛି ବର୍ଷା । ଯାହାଫଳରେ ହୀରାକୁଦ ଜଳଭଣ୍ଡାର ଭିତରକୁ ୩ ଲକ୍ଷ ୮୮ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଛି । ଏବେ ମୋଟ୍ ୨୦ଟି ଗେଟ୍ ଦେଇ ହୀରକୁଦରୁ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୧୩ଟି ଏବଂ ଡାହାଣ ପାର୍ଶ୍ବରେ ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ପ୍ରତି ସେକେଣ୍ଡରେ ୩ ଲକ୍ଷ ୫୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ତେବେ ତଳିଆ ଅଞ୍ଚଳରେ ବି କିଛି ଧରି ବର୍ଷା ଲାଗି ରହିଥିବାରୁ ସବୁ ନଦୀରେ ଜଳସ୍ତର ବଢିବାରେ ଲାଗିଥିଲା । ଆଉ ଏବେ ହୀରାକୁଦ ଗେଟ୍‌ ବି ଖୋଲାଯାଇଛି । ଯାହାଫଳରେ ତଳିଆ କିଛି ଅଞ୍ଚଳରେ ଜଳସ୍ତର ବଢିପାରେ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ତଳିଆ ଅଞ୍ଚଳର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

Related Articles

Leave a Reply

Your email address will not be published.

Back to top button