ଆଇସିଏମ୍‌ଆର୍ ଗାଇଡଲାଇନ୍ ମାନିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣକୁ ନେଇ ପୁଣି ଲୋକେ ଆତଙ୍କିତ ଥିବା ବେଳେ ଆଗକୁ ଏହା କିପରି ନିୟନ୍ତ୍ରଣାଧିନ ହେବ ସେଥିଲାଗି ରଣକୌଶଳ ପ୍ରସ୍ତୁତ ହୋଇଛି । ବିଶେଷକରି କରୋନା ନେଇ ସତର୍କତା ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ପୂର୍ବପରି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ, ଟ୍ରେସିଂ ଓ ଟିକାକରଣ ସହିତ କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୂନା ପରୀକ୍ଷା ଓ ନୂଆ ଭାଇରସ ଚିହ୍ନଟ ହେଲେ ତୁରନ୍ତ ସେମାନଙ୍କର ଚିକିତ୍ସା କରିବା ଓ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ବିଦେଶରେ ସଂକ୍ରମଣ ବଢୁଥିବାରୁ ଏକାର ମୁକାବିଲା ଲାଗି ଆଇସିଏମଆର ଗାଇଡଲାଇନ ମାନିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର କହିଛନ୍ତି ଯେ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଛି । ଆମ ଶରୀରରେ ଇମ୍ୟୁନିଟି ବଢ଼ିଛି । ଫଳରେ ବର୍ତ୍ତମାନ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ । ତଥାପି କୌଣସି ଲକ୍ଷଣ ଦିଶିଲେ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ବିଶ୍ୱକପ ହକି ବେଳେ ଖେଳାଳି, ଦର୍ଶକ, ଲୋକଙ୍କ ଜରିଆରେ ସଂକ୍ରମଣର ସମ୍ଭାବନା ରହିଛି । ଏଣୁ ଏଥିଲାଗି କୋଭିଡ ଗାଇଡଲାଇନ ମାନିବାକୁ କୁହାଯାଇଛି । ରାଜ୍ୟରେ ଟିକାକରଣ ସଫଳ ହୋଇଛି । ଦେଶରେ ବର୍ତ୍ତମାନ ଚତୁର୍ଥ ଲହରୀ ଆସିନାହିଁ । ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ରାଜ୍ୟ ଲାଗି ସଫଳତା ଆଣିଛି । ଯେଉଁମାନେ ଦୁଇଟି ଡୋଜ ନେଇଛନ୍ତି ସେମାନେ ନାଜାଲ ନେଇପାରିବେ ବୋଲି କୁହାଯାଇଛି । ଚୀନ, ଥାଇଲାଣ୍ଡ, ଜାପାନ ଓ ସିଙ୍ଗାପୁର ପ୍ରଭୃତି ୬ ରାଷ୍ଟ୍ର ଫେରନ୍ତା ଯାତ୍ରୀଙ୍କ ଲାଗି ନିୟମ କଡ଼ାକଡ଼ି କରାଯାଇଛି । ଏହି ଲୋକଙ୍କ ଲାଗି ଆରଟି-ପିସିଆର ଟେଷ୍ଟ ଜରୁରୀ କରାଯାଇଛି । ସଂକ୍ରମଣ ନେଇ ଭୟଭୀତ ହେବା ନାହିଁ ବରଂ ସତର୍କ ହେବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଓଡ଼ିଶାରେ କୋଭିଡ୍ ଓମିକ୍ରନ୍‌ର ନୂଆ ବା ସବ୍ ଭାରିଏଣ୍ଟ ବିଏଫ୍‌- ୭ ଚିହ୍ନଟ ହେବା ପରେ ଆଶଙ୍କା ବୃଦ୍ଧି ପାଇଛି । ମାତ୍ର ଗତ ତିନିମାସ ଭିତରେ ଓଡ଼ିଶାରେ ଆଉ କୌଣସି ଆକ୍ରାନ୍ତଙ୍କଠାରେ ଏହି ନୂତନ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ । ଲୋକଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ କରାଯିବ । ଆକ୍ରାନ୍ତଙ୍କ ଜିନୋମ ସିକ୍ୟୁଏନସିଂ ହେବ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଜିନୋମ ସିକ୍ୟୁଏନସିଂ ଏବଂ ସଭିର୍ଲାନ୍ସ କରିବାକୁ ସୁବିଧା ଅଛି । ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢ଼େ ତାପରେ ଅନ୍ୟ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥୃ ବିଭାଗ ପକ୍ଷରୁ କୁହାଯାଇଛି । ଆଗକୁ ଯଦି ସଂକ୍ରମଣ ଆସେ ସର୍ଭେଲାନ୍ସକୁ ଜୋରଦାର କରାଯିବ । ଯାହା ପାଖରେ ଲକ୍ଷଣ ଅଛି ତୁରନ୍ତ ଟେଷ୍ଟ କରାନ୍ତୁ । ଗହଳିକୁ ଗଲେ ମାକ୍ସ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button