ଫାର୍ମାସି, ଏଏନଏମ, ନର୍ସିଂ ଓ ଏମ୍ଫିଲ ଛାତ୍ରଛାତ୍ରୀଙ୍କୁ ନୂଆବର୍ଷ ଭେଟି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ସରକାରୀ ଅନୁଷ୍ଠାନ ରେ ପଢ଼ୁଥିବା ଡ଼ି ଫାର୍ମ, ଅଜୁଲାରୀ ନର୍ସିଂ ଓ ଏ ଏନ ଏମ, ବିଏସି ନର୍ସିଂ, କ୍ଲିନିକାଲ ସାଇକୋଲୋଜି ଓ ମାନସିକ ସାମାଜିକ ବିଜ୍ଞାନ ରେ ଏମ ଫିଲ କରୁଥିବା ଛାତ୍ର ଛାତ୍ରୀ ଙ୍କ ଭତ୍ତା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଚଳିତ ମାସ ଠାରୁ ଲାଗୁ କରିବାକୁ ନିର୍ଦେଶ ରହିଛି। ଫାର୍ମାସି ରେ ଡିପ୍ଲୋମା କରୁଥିବା ଛାତ୍ର ଛାତ୍ରୀ ପୂର୍ବରୁ ତିନିମାସ ଧରି ୨୫୦ ଟଙ୍କା ପାଉଥିଲେ। ଏବେ ଏହା ୫୦୦ଟଙ୍କା ତିନି ମାସ ଧରି ପାଇବେ। ସେହିଭଳି ଅଜୁଲାରୀ ନର୍ସିଂ ଓ ଏ ଏନ ଏମ ଛାତ୍ରଛାତ୍ରୀ ପୂର୍ବରୁ ଏକ ହଜାର ପାଉଥିଲେ ଏବେ ସେମାନେ ଦୁଇ ହଜାର ପାଇବେ। ବି ଏ ସି ନର୍ସି ଛାତ୍ରୀ ପୂର୍ବରୁ ଛଅ ମାସ ଧରି ୨୫୦୦ ଟଙ୍କା ପାଉଥିଲେ ବର୍ତ୍ତମାନ ୫୦୦୦ ଲେଖାଏଁ ପାଇବେ। ସେହିଭଳି କ୍ଲିନିକାଲ ସାଇକୋଲୋଜି ଓ ସାଇକିଆଟ୍ରିକ ବିଜ୍ଞାନରେ ଏମ୍ଫିଲ କରୁଥିବା ଛାତ୍ର ଛାତ୍ରୀ ପୂର୍ବରୁ ୭୦୦୦ ପାଉଥିବା ବେଳେ ଏବେ ବର୍ଦ୍ଧିତ ଭତ୍ତା ବାବଦରେ ଦଶ ହଜାର ଲେଖାଏଁ ପାଇବେ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶ ନାମା ରେ କୁହାଯାଇଛି। ପୂର୍ବରୁ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏମକେସିଜି ହସପିଟାଲ ଯାଇଥିବା ବେଳେ ତାଙ୍କୁ ଏହି ଛାତ୍ରଛାତ୍ରୀ ସାକ୍ଷାତ କରି ତାଙ୍କର ଭତ୍ତା ବୃଦ୍ଧି ପାଇଁ ଦାବୀ କରିଥିଲେ। ସେହି ଅନୁସାରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବା ପରେ ତାହା ଅନୁମୋଦନ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button