ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ୍‌

ଭୁବନେଶ୍ବର: ଗୁଡ୍ଡୁ ପୁରୀରେ ଲୁଚିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ପୁଲିସ ତାକୁ ଠାବ କରିଛି । ଖବର ଅନୁଯାୟୀ ଗୁଡ୍ଡୁର ଶେଷ ଲୋକେସନ୍ ପୁରୀରେ ମିଳିଥିଲା । ୟୁପି ଏସଡିଏଫ୍ ଗୁଡ୍ଡୁର ଶେଷ ଲୋକେସନ୍ ପୁରୀରୁ ପାଇଥିଲା। ଅତିକର ପୁଅ ଅସଦକୁ ଏନକାଉଣ୍ଟର ପରେ ଗୁଡ୍ଡୁ ଅଣ୍ଡରଗାଉଣ୍ଡ ହୋଇଥିଲା । ଗୁଡ୍ଡୁକୁ ଖୋଜିବାକୁ ଯାଇ ଶେଷ ଲୋକେସନ ପାଇଥିଲା ଏସଡିଏଫ୍ । ତେବେ ଏସ୍‌ଡିଏଫ୍ ଟିମ ପୁରୀରେ ପହଞ୍ଚିଲା ବେଳକୁ ଗୁଡ୍ଡୁ ସେଠାରୁ ଖସିଯାଇଥଲା । ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ମୁଖ୍ୟ ସହଯୋଗୀ ଥିଲା ଗୁଡ୍ଡୁ ମୁସଲିମ୍ । ବୋମା ଭିଡିବା ଏବଂ ବିସ୍ପୋରଣ ଘଟାଇବାରେ ମାହିର ଥିଲା ଗୁଡ୍ଡୁ।

Related Articles

Leave a Reply

Your email address will not be published.

Back to top button