ନବ ଦାସଙ୍କୁ ଗାର୍ଡ ଅଫ୍ ଅନର, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ କଲେ ଅନ୍ତିମ ଦର୍ଶନ

ଭୁବନେଶ୍ୱର : ଝାରସୁଗୁଡ଼ାରେ ହେବ ନବ ଦାସଙ୍କ ଶେଷକୃତ୍ୟ । ଏହିକ୍ରମରେ ନବ ଦାସଙ୍କ ବାସଭବନରେ ଆସି ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ଏହାବ୍ୟତୀତ ବହୁ ରାଜନେତା ଓ ମନ୍ତ୍ରୀ ମଧ୍ୟ ଶେଷ ଦର୍ଶନ କରିଛନ୍ତି । ଏହାପରେ ନବ ଦାସଙ୍କ ମରଶରୀରକୁ ବିଜେଡି ରାଜ୍ୟ କାର୍ୟ୍ୟାଳୟ ଓ ପରେ ଝାରସୁଗୁଡ଼ା ଅଭିମୁଖେ ନିଆଯିବା । ସେଠାରେ ହିଁ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ କରାଯିବ । ସେହିପରି ଭୁବନେଶ୍ୱର ସ୍ଥିତ ବାସଭବନରେ ନବ ଦାସଙ୍କୁ ଓଡିଶା ପୋଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରବିବାର ଦିନ ଝାରସୁଗୁଡ଼ାରେ ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ପୋଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରିଥିଲେ । ଯେଉଁଥିରେ ନବ ଦାସ ହିଁ ଘଟଣାସ୍ଥଳରେ ଟଳିପଡିଥିଲେ । ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା । ସ୍ୱତନ୍ତ୍ର ବିମାନ ଯୋଗେ ନବ ଦାସଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱରରେ ପହଞ୍ଚିବା ପରେ ଗ୍ରୀନ୍‌ କରିଡରରେ ନବ ଦାସଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଲଗାତର ଭାବେ ନବ ଦାସଙ୍କ ଚିକିତ୍ସା ଲାଗି ଆପ୍ରାଣ ଉଦ୍ୟମ କରିଥିଲେ । ହେଲେ ଶେଷରେ ଡାକ୍ତରଙ୍କ ଶତ ଚେଷ୍ଟା ହୋଇଥିଲା ବିଫଳ । ଆଉ ମେଡିକାଲରେ ହିଁ ଆଖିବୁଜିଥିଲେ ନବ ଦାସ ।

Related Articles

Leave a Reply

Your email address will not be published.

Back to top button