ଉଜ୍ଜ୍ଵଲା ହିତାଧିକାରୀଙ୍କୁ ଆଶ୍ଵସ୍ତି, ଏଲପିଜି ସିଲିଣ୍ଡର ଉପରେ ସବସିଡି ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ମଧ୍ୟରେ ସରକାର ଲୋକଙ୍କୁ କିଛି ଆଶ୍ଵସ୍ତି ଦେଇଛନ୍ତି। ଉଜ୍ଜ୍ଵଲା ଯୋଜନା ଅଧୀନରେ ନିଆଯାଇଥିବା ଏଲପିଜି ସିଲିଣ୍ଡର ଉପରେ ସବସିଡି ବୃଦ୍ଧି କରାଯାଇଛି। ପ୍ରଧାନ ମନ୍ତ୍ରୀ ଉଜ୍ଜ୍ଵଲା ଯୋଜନା ଅଧୀନରେ ୯.୬ କୋଟି ହିତାଧିକାରୀ ବର୍ତ୍ତମାନ କ୍ୟାବିନେଟ ନିଷ୍ପତ୍ତି ପରେ ସିଲିଣ୍ଡର ପିଛା ୩୦୦ ଟଙ୍କା ସବସିଡି ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ଉଜ୍ଜ୍ଵଲା ହିତାଧିକାରୀମାନେ ବର୍ତ୍ତମାନ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପାଇଁ ୭୦୩ ଟଙ୍କା ଦେଉଥିବାବେଳେ ଏହାର ବଜାର ମୂଲ୍ୟ ୯୦୩ ଟଙ୍କା ରହିଛି। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ପରେ ସେମାନେ ୬୦୩ ଟଙ୍କାରେ ସିଲିଣ୍ଡର ପାଇବେ।

Related Articles

Leave a Reply

Your email address will not be published.

Back to top button