୧୮ ଥର ପ୍ରଶଂସାପତ୍ର ପାଇଛନ୍ତି ଗୋପାଳ :ଗୃହ ରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର:  ୧୯୯୨ରେ ବ୍ରହ୍ମପୁରରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ ଗୋପାଳ । ୨୦୦୯ ମସିହାରେ ଏଏସଆଇ ପଦବୀକୁ ପଦୋନ୍ନତି ପାଇ ଝାରସୁଗୁଡା ଜିଲ୍ଲାରେ ନିଯୁକ୍ତି ପାଇବା ସହ ବିଭିନ୍ନ ଥାନା ଓ ଫାଣ୍ଡିରେ ୧୩ ବର୍ଷ କାର୍ୟ୍ୟ କରିଥିଲେ । ନିଜ ଚାକିରି କାଳ ଭିତରେ ସଫଳ କାର୍ୟ୍ୟ ପାଇଁ ଗୋପାଳ ୧୮ ଥର ଜିଏସ ମାର୍କ ପାଇଥିବା ବେଳେ ୯ ଥର ଅର୍ଥ ପୁରସ୍କାର ଓ ୧୮ ଥର ପ୍ରଶଂସା ପତ୍ର ପାଇଛନ୍ତି ।  ଆଜି ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ସୁନ୍ଦରଗଡ ବିଧାୟକ କୁସୁସ ଟେଟେ ଗୋପାଳ ଦାସଙ୍କୁ ନେଇ ଗୃହରେ ପ୍ରଶ୍ନ କରିଥିଲେ ।ଗୋପାଳ ଦାସ ପୂର୍ବରୁ କେଉଁ ଥାନାରେ ନିଯୁକ୍ତି ପାଇଥିଲେ, ଓ ଚାକିରି କାଳ ଭିତରେ ଝାରସୁଗୁଡାରେ କେତେ ବର୍ଷ କାମ କରିଛନ୍ତି ଓ କେଉଁ ଥାନାରେ କାମ କରିଛନ୍ତି ।ଏପରିକି ଚାକିରି କାଳରେ ତାଙ୍କର କେତେ ଥର ପଦୋନ୍ନତି ହୋଇଛି ଓ ସଫଳ କାର୍ୟ୍ୟ ପାଇଁ କେଉଁ ମସିହାରେ କେଉଁ ପୁରସ୍କାର ପ୍ରଦାନ କରାଯାଇଛି ।  ଯାହାର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଉପରୋକ୍ତ ଉତ୍ତର ରଖିଛନ୍ତି   ।

Related Articles

Leave a Reply

Your email address will not be published.

Back to top button