ନିଜସ୍ୱ ଓକିଲ ନିଯୁକ୍ତ କଲା ଗୋପାଳ ଦାସ

ଭୁବନେଶ୍ବର: ଝାରସୁଗୁଡା ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ ଦାସ । ତେବେ ଏଥର ନିଜସ୍ୱ ଓକିଲ ନିଯୁକ୍ତ କଲା ଗୋପାଳ ଦାସ । ମହେଶ ଜେନାଙ୍କୁ ଓକିଲ ନିଯୁକ୍ତ କରିଛି ଗୋପାଳ । ପୂର୍ବରୁ ସରକାରୀ ଓକିଲ ନରେଶ ନାୟକଙ୍କ ନିଯୁକ୍ତ କରିଥିଲେ କୋର୍ଟ । ପୂର୍ବ ଶୁଣାଣି ବେଳେ ଓକିଲ ନଥିବା ଗୋପାଳ କହିଥିଲା । ଅଭିଯୁକ୍ତ ଗୋପାଳ ଦାସ ଓକିଲ ନଦେଉଥିବାରୁ ଷ୍ଟେଟ ଡିଫେନ୍ସ କାଉନସିଲରୁ ଓକିଲ ନରେଶ ନାୟକ ମାମଲା ପରିଚାଳନା କରୁଥିଲେ । ଆଜି କିନ୍ତୁ ଗୋପାଳର ଓକିଲ ମହେଶ ଜେନା ଉପସ୍ଥିତ ଅଛନ୍ତି । ସେପଟେ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟରେ ଚାର୍ଜ ଫ୍ରେମ କରାଯିବ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକଣ୍ଡ ର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ନାଁରେ ଚାର୍ଜ ଫ୍ରେମ କରାଯିବ । ଗୋପାଳ ନାଁ ରେ କ୍ରାଇମବ୍ରାଞ୍ଚ କରିଥିବା ଅଭିଯୋଗ ପତ୍ର ଗତ ଜୁଲାଇ ୨୬ ତାରିଖରେ ସେସନ୍ସ କୋର୍ଟରେ ଦାଖଲ ସମୟରେ ଗୋପାଳ ଦାସକୁ କୋର୍ଟରେ ହାଜର କରାଯାଇଥିଲା। ସେହିଦିନ ଏହି ମାମଲାର ଶୁଣାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କରିବେ ବୋଲି ସେସନ୍ସ ଜଜ ନିର୍ଦ୍ଦେଶ ଦେବାପରେ ଗୋପାଳ ନାଁରେ ଚାର୍ଜଫ୍ରେମ କରିବାକୁ ଅଦାଲତ ଦିନ ଧାର୍ୟ୍ୟ କରିଥିଲେ । ସେଥିପାଇଁ କଡା ସୁରକ୍ଷା ବଳୟରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ସକାଳୁ ଚୌଦ୍ୱାର ଜେଲରୁ ଝାରସୁଗୁଡା ଅଣାଯାଇଥିଲା । ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ୟ୍ୟକ୍ରମରେ ଯୋଗଦେବା ସମୟରେ ନବଦାସଙ୍କୁ ଗୁଳି ମାରି ହତ୍ୟା କରିଥିଲା ଗୋପାଳ ଦାସ।

Related Articles

Leave a Reply

Your email address will not be published.

Back to top button