ଗୋଦାବରୀଶ ମହାବିଦ୍ୟାଳୟ ୨୦୦୪ ବ୍ୟାଚ୍‌ର ବନ୍ଧୁମିଳନ

ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ବ୍ୟାଚ୍‌ର ଐତିହାସିକ ବନ୍ଧୁମିଳନ ରବିବାର ମହାବିଦ୍ୟାଳୟ ନିକଟରେ ଥିବା ମାଆ ଉତ୍ତରାୟଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ସଫଳତାର ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ବ୍ୟାଚ୍‌ର ବହୁ ପୁରାତନ ଛାତ୍ର ଯୋଗଦେଇଥିବା ବେଳେ ଜିଲ୍ଲା ତଥା ରାଜ୍ୟ ବାହାରେ ଚାକିରୀ କରୁଥିବା ଅନେକ ବନ୍ଧୁ ମଧ୍ୟ ଆସି ଯୋଗଦାନ କରିଥିଲେ।ପ୍ରାରମ୍ଭରେ ପୁରାତନ ଛାତ୍ର ତଥା କାର୍ଯ୍ୟକ୍ରମର ସଭାପତି ରଞ୍ଜନ କୁମାର ନାୟକ, କୋର୍ କମିଟି ସଦସ୍ୟ ସିଦ୍ଧାର୍ଥ ଶଙ୍କର ଶ୍ୟାମପଦ ଦାସ, ରଞ୍ଜୟ କୁମାର ସାହୁ ଓ ସୁମିତ ପ୍ରଜ୍ଞ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋଦାବରୀଶ ମିଶ୍ର, ମାଆ ସରସ୍ୱତୀ, ବିଦ୍ୟାଦାତା ଶ୍ରୀଗଣେଶ ଓ ମାଆ ଉତ୍ତରାୟଣୀଙ୍କଠାରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ଯୋଗଦେଇ ପୁରାତନ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ୍ ସାଂସ୍କୃତିକ କାର୍ଯ୍ୟକ୍ରମ। ପୁରାତନ ଛାତ୍ର ଶକ୍ତି ପ୍ରସାଦ ଦାଶ ତାଙ୍କର ସୁମଧୁର କଣ୍ଠରୁ ଆଧୁନିକ ଓ ଶାସ୍ତ୍ରୀୟ ଗୀତ ଗାନ କରି ସମସ୍ତଙ୍କ ମନ ଜିଣିପାରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରମରେ ପୁରାତନ ଛାତ୍ର ରାଜୀବ କୁମାର ଜେନାଙ୍କ କନ୍ୟା ଦିବ୍ୟଶ୍ରୀ ପ୍ରିୟଦର୍ଶିନୀ ଓ ଶକ୍ତି ପ୍ରସାଦ ଦାଶଙ୍କ କନ୍ୟା ସାତ୍ୟକୀ ଦାଶଙ୍କ ଆଧୁନିକ ନୃତ୍ୟ ଖୁବ୍ ଉଚ୍ଚକୋଟୀର ହୋଇଥିଲା। ଏହା ସାଙ୍ଗକୁ ପୁରାତନ ବନ୍ଧୁଙ୍କ ମଧ୍ୟରେ ଗ୍ରୁପ୍‌ଡ୍ୟାନ୍ସ, କମେଡ଼ି ଓ ପୁରାତନ ବନ୍ଧୁଙ୍କ ପୁତ୍ରକନ୍ୟାଙ୍କ ଲାଗି ବିଭିନ୍ନ ପ୍ରକାରର ଖେଳକୌତୁକର ବ୍ୟବସ୍ଥା ହୋଇଥିଲା। ସଭାସ୍ଥଳରେ ପ୍ରସ୍ତୁତ ହୋଇଥିବା ସେଲ୍‌ଫି ପଏଣ୍ଟ୍‌ରେ ପୁରାତନ ଛାତ୍ରଛାତ୍ରୀଙ୍କ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତ ବନ୍ଧୁ ନିଜ ପରିବାର ଓ ଅନ୍ୟ ବନ୍ଧୁମାନଙ୍କ ସହ ଭିନ୍ନ ଭିନ୍ନ ମୁଦ୍ରାରେ ସେଲ୍‌ଫି ନେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ସାଧାରଣ ସଭା। କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଦିଲ୍ଲୀପ କୁମାର ସ୍ୱାଇଁ ଓ କୋର୍ କମିଟି ସଦସ୍ୟା ପୂଜାଫୁଲ ମହାରଥୀଙ୍କ ସଂଯୋଜନାରେ ସମସ୍ତ ବନ୍ଧୁ ବିଗତ ଦିନର ସ୍ମୃତି ବଖାଣିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ କୋର୍ କମିଟି ସଦସ୍ୟ ସୁଧୀର କୁମାର ମିଶ୍ର, ରାଜୀବ କୁମାର ଜେନା, ହିମାଂଶୁ ଶେଖର ପ୍ରଧାନ, ଟି. ମୋହନ ଓ ସନ୍ତୋଷ କୁମାର ବଳିୟାରସିଂହ ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସୌଭାଗିନୀ ପଣ୍ଡା, ଶୀଖାଲତା ଜେନା, ସସ୍ମିତାରାଣୀ ବିଶୋୟୀ, ପ୍ରଣତି ମିଶ୍ର, ଶୁଭଶ୍ରୀ ତ୍ରିପାଠୀ, ଅନୀତା ଦାଶ, ଶୁଭଶ୍ରୀ ଭୋଳ, ଧନେଶ୍ୱର ଭୋଳ, ଅଶୋକ କୁମାର ଘଡ଼ାଇ, ଜିତେନ୍ଦ୍ର କୁମାର ସାହୁ, ବାମନ ଚରଣ ବେହେରା, ହିମାଂଶୁ ଶେଖର ବେହେରା, ନିରଞ୍ଜନ ସାହୁ, ସଞ୍ଜୟ କୁମାର ବେହେରା, ତପସ୍ୱିନୀ ରଣା, ସଞ୍ଜୟ କୁମାର ଗୁରୁ, ଶକ୍ତିମାନ୍ ପାତ୍ର, ଅନୀଲ କୁମାର ପାତ୍ର, ବିଶୁଦ୍ଧ ପ୍ରସାଦ ବଡ଼ଜେନା, ସୁରେଶ କୁମାର ଜେନା, ସୀମାଞ୍ଚଳ ନାୟକ, ଅମୀର କୁମାର ପଣ୍ଡା, ରଙ୍ଗନାଥ ବେହେରା, ବି. ଏନ୍‌. ପାତ୍ର, ଅରୁଣକାନ୍ତ ନାୟକ, ପ୍ରଭାତ କୁମାର ବାରିକ, ସର୍ବେଶ୍ୱର ନାୟକ, ସ୍ୱାଗତ କୁମାର ପ୍ରଧାନ, କୁନା ମୁଦୁଲି, ଜିତେନ୍ଦ୍ର ନାୟକ, ରଣଜିତ ପ୍ରଧାନ, ମହେନ୍ଦ୍ର ପ୍ରଧାନ, ଚୈତନ୍ୟ ଦାସ, ଅରବିନ୍ଦ ନନ୍ଦ, ରୀନା ରାଉତ, ରୂପେଶ କୁମାର ଦାସ, ଗୀତାଞ୍ଜଳି ସୁବୁଦ୍ଧି ଓ ଗୁରୁଦତ୍ତ ବଳିୟାରସିଂହଙ୍କ ସମେତ ୨ ଶହରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button