ଗିରିଗୋବର୍ଦ୍ଧନ ପୂଜା ପାଳିତ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ପଞ୍ଚାୟତ ସାନହନ୍ତୁଆଡ଼ ଗ୍ରାମରେ ପୂର୍ବ ଓ ପଶ୍ଚିମ ତରଫରୁ ଗିରିଗୋବର୍ଦ୍ଧନ ପୂଜା ରୀତିନିତି ଅନୁସାରେ ପାଳିତ ହୋଇଯାଇଛି। ଏହି ଅବସରରେ ହଜାର ହଜାର ଭକ୍ତଙ୍କର ସୁଅ ଛୁଟିଥିଲା। ସାନହନ୍ତୁଆଡ଼ ଗ୍ରାମର ପ୍ରତି ଘରେ ଘରେ ପୂର୍ଣ୍ଣକୁମ୍ଭ ଓ ଦୀପ ପ୍ରଜ୍ଜ୍ବଳନ ସହିତ ଫୁଲରେ ସୁସଜ୍ଜିତ କରାଯାଇଥିଲା। ସଂକୀର୍ତ୍ତନ ଓ ହରି ନାମରେ ଗ୍ରାମ ଫାଟି ପଡୁଥିଲା। ପ୍ରାତଃ ୪ଟାରୁ ତ୍ରିନାଥ ମେଳାରେ ସରଜ ଶାସମଲ, ପ୍ରବୋଧ କାଣ୍ଡି, ନାଟ୍ୟଗୌରବ ମହେଶ୍ୱର ଜେନା କଣ୍ଠଦାନ କରିଥିଲେ। ଭଜନ ପରିବେଷଣ ହୋଇଥିଲା। ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଭଜନ ଜଣାଣ ପରିବେଷଣ କରିଥିଲେ। ୮ ମେଳ ସଂକୀର୍ତ୍ତନ ମଣ୍ଡଳୀ ଦିନ ସାରା ସଂକୀର୍ତ୍ତନ ପରିବେଷଣ କରିଥିଲେ। ଗ୍ରାମର ତିନି ଠାକୁର ଶ୍ରୀ ରଘୁନାଥ ଦେବ, ଶ୍ରୀ କୁଞ୍ଜ ବିହାରୀ ଦେବ, ଶ୍ରୀ ମଦନ ମୋହନ ଦେବ ବିମାନରେ ଫୁଲରେ ସୁସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ। ଏହି ସମୟରେ ଏକ ଆଧ୍ୟତ୍ମିକ ପରିବେଶ ଦେଖିବାକୁ ମିଳିଥିଲା। ଏହି ଅବସରରେ ଦଶ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ସାନହନ୍ତୁଆଡ଼ ଦୁଇ ସାହିର ଯୁବଗୋଷ୍ଠୀଙ୍କର ସମ୍ପୂର୍ଣ୍ଣ ସହଯୋଗ ଦେଖି ବାକୁ ମିଳିଥିଲା। ସାନହନ୍ତୁଆଡ଼ ପଶ୍ଚିମ ତରଫରୁ ସଭାପତି ସୁଧୀର ପ୍ରଧାନ, ସମ୍ପାଦକ ସୁନୀଳ କାଣ୍ଡି, ଅଧିକାରୀ ସୁରେଶ ସାମନ୍ତରାୟ, ଗ୍ରାମର ଉଦୀୟ ଯୁବକ ସୁଜୁତି ଛାଟେଇ, ଅମିତାଭ ପଟ୍ଟନାୟକ, ଶିବଶକ୍ତି ଶାସମଲ, ଉତ୍ତମ ସୁନ୍ଦରା ଓ ଅନ୍ୟମାନେ ସମସ୍ତ କାର୍ଯ୍ୟ ସୁଚାର ରୂପେ ତୁଲାଇଥିଲେ।

Related Articles

Leave a Reply

Your email address will not be published.

Back to top button