ବିଦ୍ୟୁତ ବିଭାଗର ଶୋଷଣ ବିରୁଦ୍ଧରେ ସର୍ବଭାରତୀୟ ଉପଭୋକ୍ତା କମିଟି ତରଫରୁ ସାଧାରଣ ସଭା

ଜଟଣୀ (ଶୁଭେନ୍ଦ୍ର ଶତପଥୀ): ସର୍ବଭାରତୀୟ ବିଦ୍ୟୁତ ଉପଭୋକ୍ତା କମିଟି ବିଦ୍ୟୁତର ଘରୋଇକରଣ ପ୍ରତ୍ୟାହାର, ଜନବିରୋଧୀ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୨କୁ ପ୍ରତ୍ୟାହାର,ପ୍ରିପେଡ ସ୍ମାଟମିଟର ଲଗାଇବା ବନ୍ଦ ଓ ୨୦୦ ୟୁନିଟରୁ କମ୍ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଦ୍ୟୁତ ଯୋଗାଇ ଦେବା ଦାବୀରେ ଜଟଣୀ ଗଜପତି ନଗର ୱର୍ଡନଂ-୫ରେ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଛି। କାର୍ତ୍ତିକ ଚନ୍ଦ୍ର ଘଡେ଼ଇଙ୍କ ସଭାପତିତ୍ବରେ ମୁଖ୍ୟ ବକ୍ତା ଭାବରେ ଡଃ. ପୂର୍ଣ୍ଣଚନ୍ଦ୍ର ବେହେରା, ଆଇନୀଜୀବି ଅକ୍ଷାଂଶୁ ଶେଖର ନାୟକ, ଉଷା ରାଣୀ ଦାସ, ବାସୁଦେବ ସେଠୀ, ବାସୁଦେବ ରାଉତରାୟ, ହବିବୁର ରେହମନ, ଗୌତମ ମହାରଣା, ମହମ୍ମଦ ପରୱାଜ ହାଇଦର,ସଚିତ୍ର କୁମାର ସାମନ୍ତରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଯଦି ବିଦ୍ୟୁତ ବିଭାଗର ଶୋଷଣ ଜୁଲମ ଉପଭୋକ୍ତାଙ୍କ ଉପରେ ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ଉକ୍ତ ସଭାରେ ସ୍ଥିର କରାଯାଇଥିଲା । ଉକ୍ତ ସଭାରେ ବହୁ ବୃଦ୍ଧିଯିବି ଓ ମହିଳା ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button