ଗଙ୍ଗାଧରଙ୍କ ଗଦ୍ୟ ସାହିତ୍ୟର ଅଧିକ ଆଲୋଚନା ଆବଶ୍ୟକ

ଭୁବନେଶ୍ବର: ଓଡିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର ପ୍ରତିଷ୍ଠାନ ପକ୍ଷରୁ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ୧୬୩ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ସଞ୍ଜିବ ଚନ୍ଦ୍ର ହୋତାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ଶାନ୍ତନୁ ଆଚାର୍ଯ୍ୟଙ୍କୁ ଗଙ୍ଗାଧର ମେହେର ସମ୍ମାନ ଓ ଡ. ସୁଜିତ କୁମାର ପୃଷେଠଙ୍କୁ ଗଙ୍ଗାଧର ମେହେର ପ୍ରତିଭା ସମ୍ମାନ ପ୍ରଦାନ କରାଯାଇ ଥିଲା । ବିଶିଷ୍ଟ ଭାଷାବିତ ଶାନ୍ତନୁ ଆଚାର୍ଯ୍ୟ ମୁଖ୍ୟ ଅତିଥି, ନରେନ୍ଦ୍ର କୁମାର ମିଶ୍ର ବିଶିଷ୍ଟ ଅତିଥି, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା ଓ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଗଙ୍ଗାଧରଙ୍କ ଗଦ୍ୟ ସାହିତ୍ୟ ବିଷୟରେ ଅଧିକ ଆଲୋଚନା ହେବା ଆବଶ୍ୟକ ବୋଲି କହିବା ସହିତ ତପସ୍ୱିନୀ କାବ୍ୟ ଇଂରାଜୀରେ ଅନୁବାଦ ହୋଇଥିଲେ ଗଙ୍ଗାଧର ମେହେର ନୋବେଲ ପୁରସ୍କାର ପାଇ ଥାଆନ୍ତେ ବୋଲି କହିଥିଲେ । ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧକ୍ଷ ମିହିର ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ଗଙ୍ଗାଧର ମେହେର ସ୍ମୃତି କମିଟିର ସମ୍ପାଦକ ତଥା ଉତ୍କଳ ସମ୍ମିଳନୀ ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଧନ୍ୟବାଦ ପ୍ରଦାନ କରିଥିଲେ ।