ପରଲୋକରେ ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ପତ୍ନୀ ସୁଶୀଳା ଦେବୀଙ୍କର ପରଲୋକ ଗମନ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସୁଶୀଳା ଦେବୀଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି।

ନଭେମ୍ବର ଏକ ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ ସୁଶୀଳା ଦେବୀ ଚିକିତ୍ସାଧୀନ ଥିଲେ। ସୁଶୀଳା ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତି କରିଛନ୍ତି। ସୁଶୀଳା ଦେବୀ ଜଣେ ଧର୍ମପରାୟଣ ଓ ପରୋପକାରୀ ମହିଳା ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟପାଳ ଓ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସ୍ଥିର କରାଯାଇଛି ।

Related Articles

Leave a Reply

Your email address will not be published.

Back to top button