ଗଜାନନଙ୍କୁ ଦର୍ଶନ କଲେ”ମୋ ପରିବାର” ସଦସ୍ୟ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ରାମଚନ୍ଦ୍ରପୁର ସ୍ଥିତ ମା”ଉତ୍ତରାୟଣୀ ପୀଠରୁ ନୂଆ କରି ଆରମ୍ଭ ହୋଇଥିବା”ମୋ ପରିବାର”ର ସଦସ୍ୟମାନେ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜାର ସମସ୍ତ ପୂଜା ମଣ୍ଡପରେ ଦର୍ଶନ କରିବା ସହିତ ସମାଜରେ ପରିବର୍ତ୍ତନ ପାଇଁ ଏକ ନିଆରା ପ୍ରୟାସକୁ କିପରି ସଫଳତା ରେ କାର୍ଯ୍ୟ କରିପାରିବେ ଶ୍ରୀ ଗଣେଷଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ l “ମୋ ପରିବାର”ର ପ୍ରତିଷ୍ଠାତା ଆଇନଜିବୀ, ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ବାଇକରେ ବାହାରି ପ୍ରଥମେ ହରିଭାଇନା ଛକ ପୂଜାମଣ୍ଡରେ ଦର୍ଶନ କରିବା ପରେ ସମସ୍ତ ପୂଜା ମଣ୍ଡପ ଯାଇଥିଲେ l

ମେଡିକାଲ ଗଣେଷପୂଜା ମଣ୍ଡପର କର୍ମକର୍ତ୍ତା ମାନେ ସ୍ୱାଗତ କରିଥିଲେ l ସେହି ଠାରେ ଉପସ୍ଥିତ ଥିବା ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ ଓ କର୍ମୀ,ବିଜେଡି ନେତା ବିଜୁ ଛୋଟରାୟ,ବିଜୟ ପଣ୍ଡା ଓ କର୍ମୀମାନେ ମୋ ପରିବାରକୁ ଶୁଭେଚ୍ଛା ଜଣାଇବାର ଦେଖିବାକୁ ମିଳିଥିଲା ଏବଂ ଶ୍ରୀ ରାୟ ଭଷାଣିକୁ ମୋ ପରିବାରକୁ ନିମନ୍ତ୍ରଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ମହାବୀର ସେନାର ସଭାପତି ଶୁଭ୍ରାଂଶୁ କୁମାର,ମହାବୀର ସେନାର ପିପିଲି ବ୍ଲକ ସଭାନେତ୍ରୀ ଵିନତୀ ପ୍ରଧାନ,ସମ୍ପାଦକ ରୋଶନ ନାୟକ,ସହସମ୍ପାଦକ ସିପୁନ କୁମାର ଜେନା,ମୋ ପରିବାର ଶରତ ପାଇକରାୟ,ମୁନ୍ନା ନାୟକ,ସୁଶାନ୍ତ ପଟ୍ଟନାୟକ,ମୁନ୍ନା ମଙ୍ଗରାଜ,ନିରଂଜନ ପାତ୍ର,ଭାଗ୍ୟଧର ମହାପାତ୍ର,ମନୋଜ ଜେନା,ବିଜୟ ଶର୍ମା, ସତ୍ୟଶ୍ରୀ ମହାନ୍ତି, ଭାରତ ମୋହନ ଦାଶ,ଦୀପକ ଚମ୍ପତ୍ତି,ଚିତ୍ତ ବାରିକ, ସ୍ଵର୍ଣ୍ଣରେଖା ଦାଶଙ୍କ ସହିତ ମିଳିତ ସଙ୍ଗର ବହୁ ସଦସ୍ୟ ମାନେ ଯୋଗ ଦେଇଥିଲେ l

Related Articles

Leave a Reply

Your email address will not be published.

Back to top button