ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ: ନବୀନ

ଭୁବନେଶ୍ୱର: ନୂଆବର୍ଷର ଆରମ୍ଭରେ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗରିବ ଏବଂ ଖଟିଖିଆଙ୍କ ସୁବିଧା ପାଇଁ କୋମଳ ହୃଦୟରେ ସେ ଏହି ଘୋଷଣା କରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପରିବର୍ତ୍ତନ କରି ରାଜ୍ୟବାସୀଙ୍କୁ ଦେଇଛନ୍ତି ନବବର୍ଷର ଭେଟି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ମାଗଣା ଚାଉଳର ସମୟସୀମାକୁ ବୃଦ୍ଧି କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଆହୁରି ବର୍ଷେ ପର୍ଯ୍ୟନ୍ତ ଏହି ମାଗଣା ଚାଉଳ ମିଳିବ ବୋଲି କହିଛନ୍ତି ରାଜ୍ୟ ବିଜେଡି ସୁପ୍ରିମୋ । ୨୦୨୩ ଜାନୁୟାରୀରୁ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଏହି ଚାଉଳ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ଯୋଜନାରେ ମାସିକ ମୁଣ୍ଡପିଛା ୫ କେ.ଜି ଚାଉଳ ପ୍ରଦାନ କରାଯିବ । ତେବେ ଏହ ବାବଦରେ ପ୍ରାୟ ୧୮୫ କୋଟି ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button