ଜୁଲାଇ ୧୦ରୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁକୁ ବିମାନ ସେବା

ଭୁବନେଶ୍ବର : ଆସନ୍ତା ଜୁଲାଇ ୧୦ ତାରିଖ ଠାରୁ ଝାରସୁଗୁଡ଼ାରୁ ବିଶାଖାପାଟଣା ଦେଇ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ପ୍ରାଇଭେଟ ପ୍ଲେୟାର ସ୍ପାଇସଜେଟ୍‌ ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯିବାର ସୂଚନା ରହିଛି । ମାତ୍ର ଏନେଇ କୌଣସି ପ୍ରକାର ବିଧିବଦ୍ଧ ସୂଚନା ଆସିନାହିଁ ବୋଲି ଝାରସୁଗୁଡ଼ା ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି । ଜୁଲାଇ ୧୦ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଏହି ବିମାନସେବା ସପ୍ତାହକୁ ୩ ଦିନ ଝାରସୁଗୁଡ଼ାରୁ ମୁମ୍ବାଇ ଏବଂ ୪ ଦିନ ବେଙ୍ଗାଲୁରୁକୁ ଉପଲବ୍ଧ ହେବ । ସ୍ପାଇସଜେଟର ବିମାନ କୋଲକାତାରୁ ଉଡ଼ିବା ପରେ ସକାଳ ୭ଟା ୧୦ ମିନିଟରେ ଝାରସଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବ । ୭ଟା ୪୦ ମିନିଟରେ ପୁଣି ଉକ୍ତ ବିମାନ ବିଶାଖାପାଟଣା ଯାତ୍ରା କରିବ । ସେଥିରେ ସ୍ୱଳ୍ପ ରହଣି ପରେ ମୁମ୍ବାଇ ଏବଂ ବେଙ୍ଗାଲୁରୁକୁ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଉଡ଼ିବ । ବେଙ୍ଗାଲୁରୁରୁ ବିମାନ ଅପରାହ୍ନ ୧ଟା ୧୦ରେ ଉଡ଼ାଣ ଆରମ୍ଭ କରି ଝାରସୁଗୁଡ଼ାକୁ ପ୍ରତ୍ୟାବର୍ତ୍ତନ କରିବ । ସେହିପରି ମୁମ୍ବାଇରୁ ମଧ୍ୟ ଅପରାହ୍ନ ୧ଟା ୧୦ ମିନିଟରେ ଝାରସୁଗୁଡ଼ା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବ । ହେଲେ ଏହି ବିମାନ ଚଳାଚଳ ସମୟ ସାରଣୀର ବିସ୍ତୃତ ତଥ୍ୟ ଏଯାଏ ଝାରସୁଗୁଡ଼ା ବିମାନ ବନ୍ଦରରେ ଉପଲବ୍ଧ ହୋଇନାହିଁ ।

Related Articles

Leave a Reply

Your email address will not be published.

Back to top button