ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁରକୁ ଆରମ୍ଭ ହୋଇଛି ବିମାନ ସେବା। ଆଜି ସକାଳ ୧୦ ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଚଳାଚଳକୁ ଶୁଭାରମ୍ଭ କରିଛନ୍ତି।ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ସପ୍ତାହକୁ ୬ ଦିନ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ାଣ ଭରିବ। ଏହି ବିମାନରେ ୯ଟି ସିଟ୍‌ ରହିଛି। ଭୁବନେଶ୍ୱରରୁ ଜୟପୁରକୁ ଭଡ଼ା ୨,୫୦୦ ଟଙ୍କା ରହିଛି। ତେବେ ପ୍ରାରମ୍ଭିକ ଭାବେ ଟିକେଟର ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି।  ବିମାନଟି ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ୱର ବିମାନବନ୍ଦରରୁ ଜୟପୁର ଅଭିମୁଖେ ଉଡ଼ାଣ ଭରିବ। ଅପରାହ୍ନ ଗୋଟାଏ ୨୦ରେ ଏହା ଜୟପୁରରେ ପହଞ୍ଚିବ। ଜୟପୁରରୁ ଏହା ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ।  ଅପରାହ୍ନ ୨ଟା ୩୦ରେ ଏହା ବିଶାଖାପାଟଣାରେ ପହଞ୍ଚିବ। ଅପରାହ୍ନ ୩ଟାରେ ବିମାନଟି ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁରରେ ପହଞ୍ଚିବ। ୪ଟା ୫ରେ ଏହା ଜୟପୁରରୁ ବାହାରି ୫ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବ।

Related Articles

Leave a Reply

Your email address will not be published.

Back to top button