ବଦଳିଲେ ଫିରିଙ୍ଗିଆ ଥାନା ଅଧିକାରୀ, ଦୁଇ ହୋମଗାର୍ଡ଼ ବହିଷ୍କାର

ଭୁବନେଶ୍ବର : ବଦଳିଲେ ଫିରିଙ୍ଗିଆ ଥାନା ଅଧିକାରୀ ।  ଫୁଲବାଣୀ ମୁଖ୍ୟ କାର୍ୟ୍ୟାଳୟକୁ ଫିରିଙ୍ଗିଆ ଥାନା ଓଓଉ ତପନ କୁମାର ନାହାକଙ୍କୁ ବଦଳି କରିଦିଆଯାଇଛି କ୍ଷ ଫିରିଙ୍ଗିଆ ଥାନା ପୋଡି ମାମଲାରେ ଏବେ ସୁଦ୍ଧା ୧୯ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିବା କନ୍ଧମାଳ ଏସ୍ ପି ପାତ୍ର କହିଛନ୍ତି । ସେହିପରି ଗଞ୍ଜେଇ ଚୋରା ଚାଲାଣରେ ପୋଲିସର ସଂପୃକ୍ତି ଅଭିଯୋଗରେ ଦୁଇ ହୋମଗାର୍ଡ଼ଙ୍କୁ କାର୍ୟ୍ୟରୁ ବହିଷ୍କାର କରାଯାଇଛି । ଏନେଇ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି । ଫିରିଙ୍ଗିଆରେ ଦୋକାନ ବଜାର ବନ୍ଦ ରହିଛି । ଶନିବାର ଫିରିଙ୍ଗିଆ ଥାନା ଜାଳି ଦେଇଥିଲେ ଉତ୍ତ୍ୟକ୍ତ ଲୋକ । ଗଞ୍ଜେଇ କାରବାରରେ ପୋଲିସର ସଂପୃକ୍ତି ଅଭିଯୋଗ କରି ଓଓଉ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ ସ୍ଥାନୀୟ ଲୋକ । ଆକ୍ସନ ନହେବାରୁ ଥାନା ପାଖରେ ଚାଲିଥିଲା ମେଳି । ତେବେ ବୁଝାସୁଝା କରିବାକୁ ଯାଇଥିବା sdpo ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କୁ ମାଡ ମାରିଥିଲେ ଲୋକ । ଏହାପରେ ଥାନାରେ ନିଆଁ ଲଗାଇ ଦେଇଥିଲେ । ଭିଡିଓ ଫୁଟେଜ ଆଧାର ରେ ପୋଲିସ୍ ଗିରଫ କରୁଛି । ଗିରଫ ସଂଖ୍ୟା ଆହୁରି ବଢ଼ିପାରେ । ଘଟଣା ସ୍ଥଳରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Related Articles

Leave a Reply

Your email address will not be published.

Back to top button