ହ୍ୟୁମାନ ସାଗରଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଶ୍ୱଶୁର: ଧର୍ମ ବଦଳାଇବାକୁ କରୁଥିଲେ ବାଧ୍ୟ

କଟକ : ହ୍ୟୁମାନ ସାଗରଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ଶ୍ୱଶୁର । ସେ କହିଛନ୍ତି, ୪ ମାସ ହେବ ହ୍ୟୁମାନ ଓ ଶ୍ରୀୟା ଅଲଗା ରହୁଛନ୍ତି । ମଦ ପିଇ ଝିଅକୁ ମାରଧର କରୁଥିଲେ ହ୍ୟୁମାନ । ମାଡ଼ ମାରିବା ସହ ବାରମ୍ବାର ଟଙ୍କା ମାଗୁଥିଲେ । ଅତ୍ୟାଚାର ସହି ନପାରି ଝିଅ ଘରକୁ ଚାଲିଆସିଲା । ଆପୋସ ସମାଧାନ କରିବାକୁ ଡର ଲାଗୁଛି । ହ୍ୟୁମାନଙ୍କ ମାଆ ମଧ୍ୟ ଝିଅକୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ଆହୁରି କହିଛନ୍ତି, ହ୍ୟୁମାନଙ୍କର ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ଶୁଣିବାକୁ ମିଳୁଛି । ଏବେ ପ୍ରଶ୍ନ ଉଠୁଛି ତାଙ୍କ ସହ ସମ୍ପର୍କରେ ଥିବା ଯୁବତୀ କିଏ ? ସେହିପରି ହ୍ୟୁମାନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଶ୍ରୀୟାଙ୍କ ଓକିଲ । ସେ କହିଛନ୍ତି, ଧର୍ମାନ୍ତୀକରଣ ପାଇଁ ବାଧ୍ୟ କରୁଥିଲେ ହ୍ୟୁମାନ । ବାହାଘର ପରେ ଅଧିକ ଟଙ୍କା ଦାବି କରୁଥିଲେ । ଧର୍ମାନ୍ତୀକରଣ ସହ ଯୌତୁକ ଓ ଶାରୀରିକ ନିର୍ଯାତନା ଦେଉଥିବା କହିଛନ୍ତି ଶ୍ରୀୟାଙ୍କ ଓକିଲ ।

Related Articles

Leave a Reply

Your email address will not be published. Required fields are marked *

Back to top button