କନେଷ୍ଟବଳଙ୍କୁ ବିଏସ୍‌ଏଫ୍‌ର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟଙ୍କ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର : କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ । ରାସ୍ତା ଉପରେ ଗାଡି ରଖିବାକୁ ମନା କରିବାକୁ କନେଷ୍ଟବଳକୁ ମାଡ଼ । ଭୁବନେଶ୍ୱର ଭିଏସଏସ୍‌ ନଗର ଏକ ମାଂସ ଦୋକାନ ଆଗରେ ଘଟିଛି ଘଟଣା । ଖବର ଅନୁଯାୟୀ, ଭିଏସ୍‌ଏସ୍‌ ନଗରରେ ଥିବା ଏକ ମାଂସ ଦୋକାନ ବିବାଦ ଦେଖାଦେଇଥିଲା । ରାସ୍ତା ଉପରେ ଗାଡି ରଖିବାକୁ ମନା କରିଥିଲେ ଭିଏସ୍‌ଏସ୍‌ ନଗର ଫାଣ୍ଡିର କନେଷ୍ଟବଳ ମନୋଜ। ଯାହାକୁ ନେଇ ଗାଡି ରଖୁଥିବା ବ୍ୟକ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ କନେଷ୍ଟବଳଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ । ତେବେ ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ବିଏସ୍‌ଏଫ୍‌ର ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ୱାଳ ବୋଲି ସୂଚନା ମିଳିଛି । ସେପଟେ ଆକ୍ରମଣର ଶିକାର ହୋଇଥିବା କନେଷ୍ଟବଳଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଏହାବାଦ୍‌ ମାଡ ମାରିଥିବା ବିଏସ୍‌ଏଫ୍‌ର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ୱାଳଙ୍କୁ ସହିଦ ନଗର ଥାନାରେ ଅଟକ ରଖିଛି ପୋଲିସ ।

Related Articles

Leave a Reply

Your email address will not be published.

Back to top button