ପାରିବାରିକ କଳହର କରୁଣ ପରିଣତି: ୨ ବର୍ଷର ଶିଶୁପୁତ୍ରକୁ ହତ୍ୟାକରି ସାବତ ମା’ର ଆତ୍ମହତ୍ୟା

ଭୁବନେଶ୍ବର: ପାରିବାରିକ କଳହ ଯୋଗୁ ସ୍ଥାନୀୟ ଶ୍ରୀରାମନଗର ଅଞ୍ଚଳରେ ଦୁଇ ବର୍ଷର ନିରୀହ ଶିଶୁପୁତ୍ରକୁ ହତ୍ୟାକରି ଶେଷରେ ସାବତ ମା’ ନିଜେ ଆତ୍ମହତ୍ୟା କରିଛି । ଏହି ଘଟଣା କଟକ ସହରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଭଡ଼ାଘରେ ଶିଶୁପୁତ୍ର ସହ ରହୁଥିବା ସାବତ ମା’ ଶିଳ୍ପୀ ଖୁଣ୍ଟିଆ (୩୧) କାହିଁକି ଏପରି କଠୋର ନିଷ୍ପତ୍ତି ନେଲେ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଖବର ପାଇ ପୁଲିସ,ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ବ୍ଲେଡ୍‌, ରକ୍ତଭିଜା ଲୁଗା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଏଥି ସହିତ ଉଭୟ ମା’ ଓ ପୁଅର ଶବକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ମୃତ ମହିଳା ଜଣକ ଶିଶୁପୁତ୍ରର ବେକକୁ ବ୍ଲେଡ୍‌ରେ କାଟି ହତ୍ୟା କରିବା ପରେ ନିଜେ ଫ୍ୟାନ୍‌ରୁ ଝୁଲି ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାରିଛି । ମଧୁପାଟଣା ଥାନାରେ ମୃତକଙ୍କ ବାପାଘର ଓ ଶାଶୂଘର ଲୋକଙ୍କ ଅଭିଯୋଗ କ୍ରମେ ୨ଟି ପୃଥକ ମାମଲା ରୁଜୁ ହୋଇଛି । ଏଥି ସହିତ ମୃତକଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି ବୋଲି ମଧୁପାଟଣା ଥାନା ଅଧିକାରୀ ତୁଷାରକାନ୍ତ ସେଠୀ ସୂଚନା ଦେଇଛନ୍ତି ।
ଆଜି ସକାଳୁ ଶ୍ରୀରାମନଗରରେ ଥିବା ସନ୍ତୋଷଙ୍କ ଭଡ଼ାଘରର ଦରଜା ଖୋଲୁନଥିବାରୁ କୌଣସି ଅଘଟଣର ଆଶଙ୍କା ଉପୁଜିଥିଲା । ଫଳରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇ ମଧୁପାଟଣା ଥାନା ପୁଲିସ ଶ୍ରୀରାମନଗରରେ ପହଞ୍ôଚଥିଲା । ସେତେବେଳକୁ ମୃତ ମହିଳା ଶିଳ୍ପୀଙ୍କ ପରିବାର ଲୋକ ସେଠାରେ ପହଞ୍ôଚଥିଲେ । ପୁଲିସ ସେମାନଙ୍କ ଉପସ୍ଥିତିରେ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲା । ଘର ଭିତରେ ଫ୍ୟାନ୍‌ରେ ମହିଳାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଥିôବା ବେଳେ ନିକଟରେ ଶିଶୁପୁତ୍ରର ମୃତଦେହ ପଡ଼ିରହିଥିଲା । କଟକ ଡିସିପି ପିନାକ ମିଶ୍ର, ଏଡିସିପି ଅନୀଲ ମିଶ୍ର ଘଟଣାସ୍ଥଳରେ ପହଞ୍ôଛ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସାଇଣ୍ଟିଫିକ୍ ଟିମ୍ ଭଡ଼ା ଘରେ ବିଭିନ୍ନ ସାମଗ୍ରୀକୁ ତର୍ଜମା କରି ପରୀକ୍ଷା ନିମନ୍ତେ ଜବତ କରିଛି । ଦୀର୍ଘ ସମୟ ଧରି ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ତଦନ୍ତ ଚଳାଇଥିବା ବେଳେ ବାହାରେ ସ୍ଥାନୀୟ ଲୋକଙ୍କ ସମେତ ମୃତକଙ୍କ ଶାଶୂଘର ଓ ବାପାଘର ଲୋକେ ଭିଡ଼ ଜମାଇଥିଲେ । ତେବେ ଉଭୟ ପରିବାର ସଦସ୍ୟ ପରସ୍ପର ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପ ସହ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ସୂଚନାନୁସାରେ, ମୃତ ମହିଳା ଶିଳ୍ପୀଙ୍କ ଘର କଟକ ନେତାଜୀନଗରରେ । ସେ କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ମୁର୍କୁଣ୍ଡି ଗ୍ରାମର ସନ୍ତୋଷ ଖୁଣ୍ଟିଙ୍କ ଦ୍ୱିତୀୟ ସ୍ତ୍ରୀ । ସନ୍ତୋଷଙ୍କ ପ୍ରଥମ ସ୍ତ୍ରୀ ପୁତ୍ର ଜନ୍ମ ଦେଇ ସାରିଲା ପରେ ମେଡିକାଲରେ ମୃତ୍ୟୁବରଣ କରିଥିଲେ । ମା’ ଛେଉଣ୍ଡ ଶିଶୁପୁତ୍ରକୁ ସାଲେପୁର ଗୁଆଳି ଗ୍ରାମର ମାମୁଁ ଘରଲୋକ ନେଇ ଲାଳନପାଳନ କରୁଥିଲେ । ମାତ୍ର ସନ୍ତୋଷ ଜୋର ଜବରଦସ୍ତ ମାମୁଁଘରୁ ନିଜ ପୁଅକୁ ନେଇ ଆସିଥିଲେ । ନିଜ ଶିଶୁପୁତ୍ରର ଲାଳନପାଳନ ପାଇଁ ସେ ଦ୍ୱିତୀୟ ବିବାହ କରିବାକୁ ଇଚ୍ଛା କରିଥିଲେ । ଶିଳ୍ପୀ ମଧ୍ୟ ପୂର୍ବରୁ ବିବାହ କରି ପ୍ରଥମ ସ୍ୱାମଙ୍କୁ ଛାଡ଼ପତ୍ର ଦେଇଥିଲେ ବୋଲି କୁହାଯାଉଛି । ସୋସିଆଲ ମିଡିଆରେ ଶିଳ୍ପୀଙ୍କ ସହ ସନ୍ତୋଷଙ୍କର ପରିଚୟ ହେବା ପରେ ଉଭୟେ ବିବାହ କରିବାକୁ ରାଜି ହୋଇଥିଲେ । ୨୦୨୧ ନଭେମ୍ବର ୨୬ରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପରେ ସେମାନେ ବହୁତ ଖୁସିରେ ଥିଲେ । ସାଙ୍ଗ ହୋଇ ଆସାମ ବୁଲିବାକୁ ମଧ୍ୟ ଯାଇଥିଲେ । ସାବତ ମା’ ହେଲେ ବି ପୁଅକୁ ଶିଳ୍ପୀ ବହୁତ ଭଲ ପାଉଥିଲେ । ହେଲେ କଟକର ଭଡା ଘରକୁ ଛାଡି ଶାଶୂଘରକୁ ଯିବା କଥା ପଡ଼ିଲେ ସେ ଯିବାକୁ ଆଦୌ ରାଜି ହେଉନଥିଲେ । କ୍ରମେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ଘଟିଥିଲା । ଏ ବିବାଦ ପୂର୍ବରୁ ଥାନା ପର୍ଯ୍ୟନ୍ତ ଯାଇଥିଲେ ବି ସମଧାନ ହୋଇଯାଇଥିଲା । ମାମଲା ଫଏସଲା ହୋଇଥବଲେ ବି କୌଣସି ପ୍ରକାରେ ସାଲେପୁର ମୁର୍କୁଣ୍ଡିସ୍ଥିତ ଶାଶୁଘରକୁ ଯିବାକୁ ଚାହୁଁନଥିଲେ । ସବୁକଥାରେ ତାଙ୍କ ବାପାଘର ଲୋକ ଆସି ମୁଣ୍ଡ ପୁରାଉଥିଲେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ବଢ଼ିବା ପରେ ପୁଅକୁ ସେ ମାରିଦେବା ପାଇଁ ଧମକ ଦେଉଥିଲେ ବୋଲି ସ୍ୱାମୀ ସନ୍ତୋଷ ଆଜି ଥାନାରେ ଅଭିଯୋଗ ଉଠାଇଛନ୍ତି । ଅପରପକ୍ଷରେ ମୃତ ମହିଳାଙ୍କ ମା’ କବିତା ଦାସ ଓ ବାପା ଜ୍ଞାନେନ୍ଦ୍ର ଦାସ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଶାଶୂଘର ଲୋକେ ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଉଥିଲେ । ଖରାପ ଭାଷାରେ ଗାଳି ଗୁଲଜ କରୁଥିଲେ ଯାହାକୁ ସେ ସହିପାରୁନଥିଲା । ଶାଶୂଘର ଲୋକ ଶିଶୁପୁତ୍ରଟିକୁ ତା’ଠାରୁ ନେଇଯିବାକୁ ଚାହୁଁଥିବାରୁ ସେ ସେଥିରେ ରାଜିନଥିଲା । ଡିସିପି ପିନାକ ମିଶ୍ର କହିଛନ୍ତି, ଉଭୟ ପରିବାର ମଧ୍ୟରେ ତିକ୍ତତା ଥିଲା । ଘଟଣାକୁ ଭଲ ଭାବେ ଅନୁଧ୍ୟାନ କରାଯାଉଛି । ଏବେ ଶବ ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟ ଆସିବା ପରେ ପୂର୍ଣ୍ଣାଙ୍ଗ ତଦନ୍ତ କାର୍ଯ୍ୟ କରାଯିବ ।

Related Articles

Leave a Reply

Your email address will not be published.

Back to top button