ମାଟ୍ରିକ ପରୀକ୍ଷା-୨୦୨୫ ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣ ଅବଧି ବୃଦ୍ଧି

ଭୁବନେଶ୍ବର: ମାଟ୍ରିକ-୨୦୨୫ ପରୀକ୍ଷା ନିମନ୍ତେ ଛାତ୍ରୀଛାତ୍ରଙ୍କ ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନାମ ପଞ୍ଜୀକରଣ ହୋଇପାରିବ। ସମସ୍ତ ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକ ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପଞ୍ଜୀକରଣ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉକି, ଅଗଷ୍ଟ ୧୮ରୁ ୨୮ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ ମାଧ୍ୟମରେ ନବମ ଶ୍ରେଣୀ ଛାତ୍ରୀଛାତ୍ରମାନଙ୍କ ମାଟ୍ରିକ ପରୀକ୍ଷା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ହୋଇଥିଲା। ପ୍ରଧାନଶିକ୍ଷକମାନେ ସ୍କୁଲର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ସ୍କୁଲର ସମସ୍ତ ତଥ୍ୟ, ଛାତ୍ରୀଛାତ୍ରଙ୍କ ତଥ୍ୟ ଓ ରୋଲ ନମ୍ବର ଆଦି ଦାଖଲ କରି ନାମ ପଞ୍ଜୀକରଣ କରାଇଥିଲେ। ମାତ୍ର ଏହି ସମୟରେ ବହୁ ଛାତ୍ରୀଛାତ୍ରଙ୍କ ନାମ ପଞ୍ଜିକୃତ ହୋଇପାରି ନ ଥିବାରୁ ଅବଧି ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି।

Related Articles

Leave a Reply

Your email address will not be published.

Back to top button