୫-ଟି ସଚିବଙ୍କ କାର୍‌କେଡ୍‌କୁ ଅଣ୍ଡାମାଡ

ଭୁବନେଶ୍ବର: ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ହୋଇଛି । ସୁବର୍ଣ୍ଣପୁର ଗସ୍ତ ସମୟରେ ଏହି ଅଣ୍ଡାମା଼ଡ଼ ହୋଇଥିବା ଜଣାପଡ଼ିଛି । ସୁବର୍ଣ୍ଣପୁର କୋଟ ସମଲେଇ- ଉଲୁଣ୍ଡା ରାସ୍ତାରେ ପାଣ୍ଡିଆନ୍‌ଙ୍କ କାରକେଡ୍‌ ଅତିକ୍ରମ କରିବା ବେଳେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ପତାକା ଦେଖାଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ଅଣ୍ଡାମା଼ଡ଼ ହୋଇଛି । ଏହା ସରକାରୀ ଗସ୍ତ ନୁହେଁ, ବରଂ ଏହା ବିଜେଡି ଦଳର ଗସ୍ତ ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି। ପୂର୍ବରୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ବିଜେପି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି। ଆଜି  ୫-ଟି  ସଚିବ ଭି. କେ ପାଣ୍ଡିଆନ  ପ୍ରଥମେ  ପ୍ରସିଦ୍ଧ ପର୍ୟ୍ୟଟନ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିବେ । ପାତାଳୀ ଶ୍ରୀକ୍ଷେତ୍ରରେ ଉନ୍ନୟନ କାର୍ୟ୍ୟର ସମୀକ୍ଷା ପରେ ଉଲୁଣ୍ଡା ଖେଳ ପଡ଼ିଆରେ ଜନ ଶୁଣାଣି କାର୍ୟ୍ୟକ୍ରମରେ ଯୋଗ ଦେବେ । ସେଠାରୁ ସେ ଚଢ଼େଇପଙ୍କ ମେଗା ଉଠା ଜଳସେଚନ ପ୍ରକଳ୍ପ ବୁଲି ଦେଖିବା ପରେ ବିନିକା ପାପକ୍ଷୟ ଘାଟ ପରିଦର୍ଶନ କରିବେ । ପରେ ବାଉଁଶୁଣି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ବୁଲି ଦେଖିବାର କାର୍ୟ୍ୟକ୍ରମ ରହିଛି ।
ସେଠାରୁ ସେ ସୋନପୁର ସଦର ବ୍ଲକ ଖଲିଆପାଲିର ପ୍ରସିଦ୍ଧ ଭୀମଭୋଇ ସମାଧୀ ପୀଠ ବୁଲି ଦେଖିବା ପରେ ସାଗପାଲିର ଗଙ୍ଗାଧର ମେହେର ହାଇସ୍କୁଲ ପରିଦର୍ଶନ କରିବେ । ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ମିଶନ ଶକ୍ତି ଗ୍ରୁପ ସହ ଆଲୋଚନା ପରେ ଇନଡୋର୍ ଷ୍ଟାଡିୟମରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ।

Related Articles

Leave a Reply

Your email address will not be published.

Back to top button