ଘନ କୁହୁଡି ଯୋଗୁଁ ଚିଲିକା ମଝିରେ ଫସିଲା ଡଙ୍ଗା

ଚିଲିକା: ରାଜ୍ୟରେ ଶୀତର ପ୍ରକୋପ ଜାରୀ ରହିଥିବା ବେଳେ ୨ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ଯାତାୟତରେ ଅନେକ ଅସୁବିଧା ଉତ୍ପନ ହେଉଥିବା ଜଣାପଡିଛି । ତେବେ ଏହାରି ମଧ୍ୟରେ ଆଜି ମକର ମେଳା ଥିବାକୁ ଅନେକ ଲୋକେ ବିଭିନ୍ନ ପ୍ରସିଦ୍ଧ ସ୍ଥାନକୁ ଯାଇ ଦେବାଦେବୀଙ୍କୁ ଦର୍ଶନ କରୁଛନ୍ତି । ସେହିପରି ମା କାଳିଜାଇ ପିଠରେ ମକରସଂକ୍ରାନ୍ତି ପାଇଁ  ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । କିନ୍ତୁ ଏହାରି ମଧ୍ୟରେ ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାକି କାଳିଜାଇରେ ଥିବା ଭକ୍ତମାନଙ୍କ ମନରେ ଭୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଆଜି ମକର ମେଳା ପାଇଁ କିଛି ଶ୍ରଦ୍ଧାଳୁ କାଳିଜାଇ ଦର୍ଶନ କରିବାକୁ ଯାଉଥିଲେ । କିନ୍ତୁ ଯିବା ସମୟରେ ହଠାତ୍ ଚିଲିକା ମଝିରେ ବର୍ତ୍ତମାନ ଡଙ୍ଗାଟି ଅଟକି ଯାଇଛି । ଫଳରେ ଡଙ୍ଗାରେ ଥିବା ସମସ୍ତ ଶ୍ରଦ୍ଧାଳୁ ଭୟଭିତ ହୋଇପଡିଛନ୍ତି । ତେବେ ଡଙ୍ଗାରେ ପାଖାପାଖି ୨୫ରୁ ଅଧିକ ଜଣ ଶ୍ରଦ୍ଧାଳୁ ଥିବା ଜଣାପଡିଛି । ତେବେ ଘନ କୁହୁଡି କାରଣରୁ ଡଙ୍ଗାର ଗତି ଜଣାପଡୁନଥିବାରୁ ଚଲିକା ମଝିରେ ଡଙ୍ଗାଟି ଅଟକି ରହିଛି ।

Related Articles

Leave a Reply

Your email address will not be published.

Back to top button