ଓଡ଼ିଶା ପୁଲିସରେ ଡ୍ରାଇଭର ନିଯୁକ୍ତି ମାମଲା: ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ପୁଲିସରେ ଡ୍ରାଇଭର ନିଯୁକ୍ତି ମାମଲାର ଆଜି କଟକ ସ୍ଥିତ ଓଡ଼ିଶା ହାଇକୋର୍ଟରେ ଶୁଣାଣି ହୋଇଛି। ସର୍ବାଧିକ ବୟସ ସୀମା କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୟସସୀମା କୋହଳ ପାଇଁ ଦାୟାର ଏକାଧିକ ମାମଲାର ରାୟ ପ୍ରକାଶ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗତ ଅକ୍ଟୋବର ୭ ତାରିଖରେ ଓଡ଼ିଶା ପୋଲିସରେ ୪୦୫ଟି ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ପୁଲିସ ସିଲେକ୍ସସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁସାରେ, ଗତ ଜାନୁଆରୀ ପହିଲା ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଦର୍ଶାଯାଇଥିଲା। ପୂର୍ବରୁ କରୋନା ସମୟରେ ନିଯୁକ୍ତି ବନ୍ଦ ଥିବାବେଳେ ୨୦୨୧ ମସିହା ପରେ ପ୍ରଥମଥର ପାଇଁ ଏହି ବିଜ୍ଞପ୍ତି ବାହାରିଥିଲା। ତେବେ ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସସୀମା କୋହଳ କରିବାକୁ ଏକାଧିକ ଆଶାୟୀ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଆବେଦନକାରୀଙ୍କ ଆବେଦନ ଗ୍ରହଣ କରି ଏହି ରାୟ ଶୁଣାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button