ମେ’ ୧୫ରୁ ଭୁବନେଶ୍ୱରରୁ ଡାଇରେକ୍ଟ ଦୁବାଇକୁ ଉଡ଼ିବ ବିମାନ

ଭୁବନେଶ୍ବର: ଭୁବନେଶ୍ବରରୁ ଦୁବାଇକୁ  ଉଡ଼ିବ ବିମାନ । ମେ’ ୧୫ରୁ ଭୁବନେଶ୍ୱରରୁ ଡାଇରେକ୍ଟ ଦୁବାଇକୁ ଉଡ଼ିବ ବିମାନ । ଉତ୍କଳ ଦିବସ ଉପଲକ୍ଷେ ଓଡିଶାକୁ ଭେଟି ସ୍ବରୂପ ଶନିବାରଠୁ ଟିକେଟ ବୁକିଂ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ତର୍ଜାତିକ ବିମାନ ଉଡ଼ାଣରେ ଏହା ପ୍ରଥମ ପାହଚ ରୂପେ ସ୍ବୀକୃତି ପାଇବ । ଭୁବନେଶ୍ୱରରୁ ପୂର୍ବରୁ ମଧ୍ୟ ଆନ୍ତର୍ଜାତିକ ବିମାନ ଉଡ଼ାଣ ହୋଇଛି। ହେଲେ ଦୁବାଇକୁ ସିଧା ବିମାନ ଉଡାଣରେ ଏହା ହେବ ପ୍ରଥମ ଫ୍ଲାଇଟ । ବିଦେଶରେ ରହୁଥିବା ଓଡ଼ିଆଙ୍କୁ ଏକାଠି କରିବ ଏହି ବିମାନ ସେବା ବୋଲି ମୁଖ୍ୟମନ୍ତ୍ରୀ ଏହାର ଉଡାଣ ନେଇ ତତ୍ପର ପ୍ରକାଶ କରିଥିଲେ । ଓଡ଼ିଶାକୁ ଅଧିକ ବ୍ୟବସାୟ ଓ ପୁଞ୍ଜି ନିବେଶର ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button