ଦୀପାଳି: ବାପାଙ୍କ ହତ୍ୟାକୁ ନେଇ ରାଜନୀତି ନକରାଯାଉ

ଭୁବନେଶ୍ୱର:  ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ । ଏହା ଏକ ସମ୍ବେଦନଶୀଳ ମାମଲା। କ୍ରାଇମ୍‌ବ୍ରାଞ୍ଚ ମାମଲାର ତଦନ୍ତ କରୁଛି । ଆଜି ପ୍ରେସ୍‌ମିଟ୍‌ କରି ଏହା କହିଛନ୍ତି ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ । ସେ କହିଛନ୍ତି, ବାପା ଗଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପାଙ୍କ ଭଳି ପାଖରେ ଛିଡ଼ା ହୋଇଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମ ପରିବାରର ସମ୍ପୂର୍ଣ୍ଣ ଭରସା ରହିଛି । ‘ଜଣେ ଭଲ ଜଜ୍‌ଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି । ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ବୋଲି କହିଛନ୍ତି ଦୀପାଳି ଦାସ । ନବକିଶୋର ଦାସଙ୍କ ଆକସ୍ମିକ ଦେହାନ୍ତ ପୂରା ପରିବାରକୁ ମାନସିକ ଆଘାତ ଦେଇଛି। ଏଭଳି ସଂକଟ ସମୟରେ ଯେଉଁଭଳି ଭାବେ ଓଡ଼ିଶାବାସୀ ସମବେଦନା ଦେଖାଇଛନ୍ତି ସେଥିପାଇଁ ଦୀପାଳି କୃତଜ୍ଞତା ଜଣାଇଛନ୍ତି। ନବକିଶୋରଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ବାପା ପରି ତାଙ୍କ ପରିବାର ସହ ଠିଆ ହୋଇଛନ୍ତି। ଆଶୀର୍ବାଦର ଛାୟା ଦେଇଛନ୍ତି। ସେଥିପାଇଁ ସେ ଓ ତାଙ୍କ ପରିବାର ସବୁବେଳେ କୃତଜ୍ଞତା ଜଣାଇବେ।

Related Articles

Leave a Reply

Your email address will not be published.

Back to top button