ଦଶହରା: ପୁଲିସ ଛାଉଣୀରେ ରହିବ ରାଜଧାନୀ, ଜଗିବେ ୩୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଦଶହରା ପୂଜା ପାଇଁ କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ପୂଜା ପାଇଁ ସୁରକ୍ଷା ଦାୟିତ୍ବରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ  । ରାଜଧାନୀର ୧୮୮ ଟି ସ୍ଥାନରେ ଦୁର୍ଗାପୂଜା ହେବ  । ୨୦ ରୁ ୨୫ ଅକ୍ଟୋବର ଯାଏଁ ପୁଲିସ ଛାଉଣୀରେ ରାଜଧାନୀ ରହିବ  । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡାକଡି ହେବ । ଏହି ସମୟ ମଧ୍ୟରେ ଭାରିଯାନ ଚଳାଚଳରେ ପ୍ରତିବନ୍ଧକ ରହିବ  । ୩ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ସୁରକ୍ଷା ଦିଆଯିବ । ବିଭିନ୍ନ ବିଭାଗ ସହ କମିଶନରେଟ ପୁଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି  । ୬ଟି ଜାଗାରେ କମିଶନରେଟ ପୁଲିସ କଣ୍ଟ୍ରୋଲ ରୁମ କରିଛି  । ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ଓ ପୁରା ସୁରକ୍ଷା ବ୍ୟବସ୍ଥାକୁ ଭୁବନେଶ୍ୱର ଡିସିପି ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ବୋଲି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି  ।  କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ସହରରେ ନିୟୋଜିତ ହେବେ  ।  ସେହିପରି ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ  ।  ସହରର ଛକ ଓ ଗଳିକନ୍ଦି ସିସିଟିଭି ନଜରରେ ରହିବ ।  ସେହିପରି ପୁଲିସ କମିଶନର କହିଛନ୍ତି ଯେ ପୂଜା ଦେଖିବାକୁ ଗଲାବେଳେ ନିଜ ଘରର ସୁରକ୍ଷା ନେଇ ସଚେତନ ରୁହନ୍ତୁ  ।

Related Articles

Leave a Reply

Your email address will not be published.

Back to top button