ବନ୍ଦ ରହିବ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ

ଭୁବନେଶ୍ବର: ପୁରୀରେ ହେବାକୁ ଥିବା ବାହୁଡା ଯାତ୍ରା ନେଇ ଆସିଛି ଏକ ଗୁରୁତ୍ବପୂର୍ଣ୍ଣ ଖବର। ତାହା ହେଲା ଯେ, ମହାପ୍ରଭୃଙ୍କ ଆ଼ଡପ ଦର୍ଶନ ବନ୍ଦ ରହିବ। ଅର୍ଥାତ ଆସନ୍ତାକାଲି ରବିବାର ଦିନ ଅପରାହ୍ନ ପାଞ୍ଚଟାରୁ ଆଡପ ମଣ୍ଡପ ଦର୍ଶନ ବନ୍ଦ କରିଦିଆଯିବ। ସେଥିପାଇଁ ଯେଉଁ ଭକ୍ତମାନେ ରବିବାର ଦିନ ଆଡପ ଦର୍ଶନ କରିବାକୁ ଆସିବେ ସେମାନେ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ସୋମବାର ଦିନ ହେଉଛି ବାହୁଡା ଯାତ୍ରା। ଏହି ବାହୁଡା ଯାତ୍ରା ପାଇଁ ମହାପ୍ରଭୁଙ୍କୁ ପ୍ରସ୍ତୁତି କରାଯିବ। ହେଲେ ଭକ୍ତମାନେ ରହିଲେ ଏହି ପ୍ରସ୍ତୁତି ହୋଇପାରିବ ନାହିଁ। ସେଥିପାଇଁ ତା ପୂର୍ବ ଦିନ ଅର୍ଥାତ ରବିବାର ଅପରାହ୍ନରୁ ଏହି ଦର୍ଶନ ବନ୍ଦ କରିବାକୁ ପଡୁଛି। ସେଥିପାଇଁ ଭକ୍ତମାନଙ୍କୁ ରବିବାର ସଂଧ୍ୟାରେ ନ ଆସିବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି।

Related Articles

Leave a Reply

Your email address will not be published.

Back to top button