ଦାମୋଦର ରାଉତ ଗୁରୁତର

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ଥିବା ଜଣାଯାଇଛି ।  ତାଙ୍କର ବ୍ରେନ ଡେଡ ହୋଇଯାଇଥିବା ନେଇ ତାଙ୍କ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ସେ କହିଛନ୍ତି । ଗତ କିିଛି ଦିନ ଧରି ସେ ଅସୁସ୍ଥ ରହିଥିଲେ । ଏପରିକି ଗତ କିଛି ଦିନ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରକାଶ ଯେ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହୃଦଘାତ ଯୋଗୁଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତରମାନେ ଦାମୋଦର ରାଉତଙ୍କୁ ସିପିଆର ଦେଇନଥିବା ସମ୍ବିତ ଅଭିଯୋଗ କରିଛନ୍ତି । ବାରମ୍ବାର କହିବା ସତ୍ତ୍ୱେ ଡାକ୍ତର ସିପିଆର ଦେଇନଥିଲେ । ଫଳରେ ଆମ୍ବୁଲାନ୍ସରେ ଘରୋଇ ହସ୍ପିଟାଲକୁ ଆଣିବା ଭିତରେ ଯେଉଁ ବିଳମ୍ବ ହେଲା ସେଥିପାଇଁ ତାଙ୍କର ବ୍ରେନ ଉପରେ ପ୍ରଭାବ ପକାଇଲା ବୋଲି ସମ୍ବିତ ଅଭିଯୋଗ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରୁ ଦାମୋଦର ରାଉତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କର ବ୍ରେନଡେଡ ହୋଇଥିବା ଡାକ୍ତରୀ ଟିମ ଘୋଷଣା କରିଛନ୍ତି ।  ତେବେ କ୍ୟାପିଟାଲ ହସ୍ପିଟାଲ ବିରୋଧରେ ସମ୍ବିତ ଯେଉଁ ଅଭିଯୋଗ ଆଣିଛନ୍ତି ସେ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Related Articles

Leave a Reply

Your email address will not be published.

Back to top button